ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହେବେ କିନ୍ନର

ଭୁବନେଶ୍ୱର: ରାଜ୍ୟରେ ଥିବା କିନ୍ନରଙ୍କୁ ମଧ୍ୟ ରାସନ୍ କାର୍ଡ ସୁବିଧା ମିଳିବ। ଏ ନେଇ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆବେଦନ କରିଥିବା ରାଜ୍ୟର ୧୪ହଜାର କିନ୍ନରଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପ୍ରଥମ ଥର ଲାଗି ନୂତନ ରାସନ୍ କାର୍ଡ ପ୍ରଦାନ କରାଯିବ। ଏ ନେଇ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଓଡ଼ିଶା ମାନବାଧିକାର କମିଶନଙ୍କୁ ଜଣାଇ ଦିଆଯାଇଛି। ଅଟୋ ଇନକ୍ଲୁଜନ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରାଯାଇଥିବା ନେଇ ସରକାର […]

kinara

Rakesh Mallick
  • Published: Tuesday, 03 November 2015
  • , Updated: 03 November 2015, 08:29 AM IST

ଭୁବନେଶ୍ୱର: ରାଜ୍ୟରେ ଥିବା କିନ୍ନରଙ୍କୁ ମଧ୍ୟ ରାସନ୍ କାର୍ଡ ସୁବିଧା ମିଳିବ। ଏ ନେଇ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆବେଦନ କରିଥିବା ରାଜ୍ୟର ୧୪ହଜାର କିନ୍ନରଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପ୍ରଥମ ଥର ଲାଗି ନୂତନ ରାସନ୍ କାର୍ଡ ପ୍ରଦାନ କରାଯିବ। ଏ ନେଇ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଓଡ଼ିଶା ମାନବାଧିକାର କମିଶନଙ୍କୁ ଜଣାଇ ଦିଆଯାଇଛି। ଅଟୋ ଇନକ୍ଲୁଜନ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରାଯାଇଥିବା ନେଇ ସରକାର ଜଣାଇଛନ୍ତି। ପୂର୍ବରୁ ଖାଦ୍ୟ ସୁରକ୍ଷା ଆଇନରେ କିନ୍ନରମାନଙ୍କୁ ସାମିଲ୍ କରାଯାଇ ନ ଥିବା ଦର୍ଶାଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ଦାୟର କରିଥିଲେ। କାର୍ଡ ସୁବିଧା ମିଳିବା ନେଇ ନିଷ୍ପତ୍ତି ପରେ କିନ୍ନରମାନେ ବେଶ୍ ଖୁସି ଜାହିର କରିଛନ୍ତି।

Related story