ଖୋର୍ଦ୍ଧା: ଗ୍ୟାସ ଟ୍ୟାଙ୍କର ଧକ୍କାରେ ଦମ୍ପତି ମୃତ, ପୁଅ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା  ଜିଲ୍ଲା ବାଘମାରୀଠାରେ ଆଜି ଏକ ଗ୍ୟାସ୍ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫଳରେ ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତକ ଦମ୍ପତି ହେଲେ କପାସିଆ ଗାଁର ରସାନନ୍ଦ ଜେନା ଓ ତାଙ୍କ ପତ୍ନୀ ମଂଜୁଲତା ଜେନା। ଆହତ ସନ୍ତୋଷ ଜେନାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ୱରରୁ ବାଇକ ଯୋଗେ ଦମ୍ପତି […]

tanker

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 10:12 AM IST

ଖୋର୍ଦ୍ଧା: ଖୋର୍ଦ୍ଧା  ଜିଲ୍ଲା ବାଘମାରୀଠାରେ ଆଜି ଏକ ଗ୍ୟାସ୍ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫଳରେ ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତକ ଦମ୍ପତି ହେଲେ କପାସିଆ ଗାଁର ରସାନନ୍ଦ ଜେନା ଓ ତାଙ୍କ ପତ୍ନୀ ମଂଜୁଲତା ଜେନା। ଆହତ ସନ୍ତୋଷ ଜେନାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ୱରରୁ ବାଇକ ଯୋଗେ ଦମ୍ପତି ଓ ତାଙ୍କ ପୁଅ ବୋଲଗଡ଼ ଯାଉଥିବାବେଳେ ବାଘମାରୀଠାରେ ଗ୍ୟାସ୍ ଟ୍ୟାଙ୍କର ସହ ଧକ୍କା  ହୋଇଥିଲା। ଖବର ପାଇ ବେଗୁନିଆ ଦମକଳ ବାହିନୀ  ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି।  ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା  ଦେଖାଯାଇଥିଲା।

Related story