ଖୋର୍ଦ୍ଧା: ମିନି ଟ୍ରକ ଧକ୍କାରେ ଯୁବତୀ ମୃତ

ଖୋର୍ଦ୍ଧା: ଜଟଣୀ ଥାନା ତରାବୋଇ ଲେବଲ କ୍ରସିଂ ନିକଟରେ ଏକ ମିନି ଟ୍ରକ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତା ଯୁବତୀ ଜଣଙ୍କ ହେଲେ ନୟାଗଡ ମଧୁପୁର ଅଞ୍ଚଳର କବିତା ପୃଷ୍ଟି। ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ସେ କାମ କରୁଥିଲେ। ଟଙ୍କା ଆଦାୟ ପାଇଁ ଯାଉଥିବାବେଳେ ମିନି ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ […]

khordha

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 09:52 AM IST

ଖୋର୍ଦ୍ଧା: ଜଟଣୀ ଥାନା ତରାବୋଇ ଲେବଲ କ୍ରସିଂ ନିକଟରେ ଏକ ମିନି ଟ୍ରକ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତା ଯୁବତୀ ଜଣଙ୍କ ହେଲେ ନୟାଗଡ ମଧୁପୁର ଅଞ୍ଚଳର କବିତା ପୃଷ୍ଟି। ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ସେ କାମ କରୁଥିଲେ। ଟଙ୍କା ଆଦାୟ ପାଇଁ ଯାଉଥିବାବେଳେ ମିନି ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଉଥିଲା। ଉତ୍ତ୍ୟକ୍ତ ଲୋକେ ମିନି ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି।

Related story