ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କର  ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନର  ଭାବେ ବଦଳି ହୋଇଛି। ତାଙ୍କ ବଦଳି ପରେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ହେଲେ ସନତ କୁମାର ମହାନ୍ତି । ଏହାବ୍ୟତୀତ ଗଂଜାମ କୋଭିଡ଼ ମ୍ୟାନେଜମେଣ୍ଟର OSD ଭାବେ IAS କୀର୍ତ୍ତି ଭାସାନଙ୍କ ବଦଳି ହୋଇଛି। IAS ଶୁଭଙ୍କର ମହାପାତ୍ର  ବାଲିଗୁଡ଼ା ଉପଜିଲ୍ଲାପାଳ ହୋଇଥିବା ବେଳେ IAS ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ସମ୍ବଲପୁରର […]

odisha-secretariat--1111

Niharika Rout
  • Published: Monday, 03 August 2020
  • , Updated: 03 August 2020, 01:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କର  ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନର  ଭାବେ ବଦଳି ହୋଇଛି। ତାଙ୍କ ବଦଳି ପରେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ହେଲେ ସନତ କୁମାର ମହାନ୍ତି ।

ଏହାବ୍ୟତୀତ ଗଂଜାମ କୋଭିଡ଼ ମ୍ୟାନେଜମେଣ୍ଟର OSD ଭାବେ IAS କୀର୍ତ୍ତି ଭାସାନଙ୍କ ବଦଳି ହୋଇଛି। IAS ଶୁଭଙ୍କର ମହାପାତ୍ର  ବାଲିଗୁଡ଼ା ଉପଜିଲ୍ଲାପାଳ ହୋଇଥିବା ବେଳେ IAS ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ସମ୍ବଲପୁରର ନୂଆ ଉପଜିଲ୍ଲାପାଳ। ଗଜପତି କୋଭିଡ଼ ମ୍ୟାନେଜମେଣ୍ଟର OSD ଭାବେ IAS ଜେ. ସୋନାଲଙ୍କ ବଦଳି ହୋଇଛି।

Related story