ଖୋର୍ଦ୍ଧା ଆଇଟିସି ଫୁଡ୍ ପାର୍କ ଓ ଷ୍ଟିଲ୍ ଇକ୍ୟୁପମେଣ୍ଟ ପ୍ଲାଣ୍ଟ୍ ପାଇଁ ସରକାର ଦେବେ ଜମି

ଭୁବନେଶ୍ୱର: ଖୋର୍ଦ୍ଧାରେ ଆଇଟିସି ଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର କଂପାନୀକୁ ୩୦ ଏକର ଜମି ଯୋଗାଇ ଦେବେ। ଏହି ଫୁଡ୍ ପାର୍କରେ ୪୭୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ପ୍ରସ୍ତାବ ରହିଛି। ଏହାଛଡ଼ା ଏସଏମଏସ ଇଣ୍ଡିଆ ପକ୍ଷରୁ ଖୋର୍ଦ୍ଧାଠାରେ ଏକ ଷ୍ଟିଲ୍ ଇକ୍ୟୁପମେଣ୍ଟ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯିବ। ଏହି ପ୍ଲାଣ୍ଟ୍ ପାଇଁ ସରକାର ୧୪ ଏକର ଜମି ଯୋଗାଇ ଦେବେ। ଆଜି ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି […]

ORISSASECRETARIAT

Rakesh Mallick
  • Published: Thursday, 07 May 2015
  • , Updated: 07 May 2015, 07:35 AM IST

ଭୁବନେଶ୍ୱର: ଖୋର୍ଦ୍ଧାରେ ଆଇଟିସି ଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର କଂପାନୀକୁ ୩୦ ଏକର ଜମି ଯୋଗାଇ ଦେବେ। ଏହି ଫୁଡ୍ ପାର୍କରେ ୪୭୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ପ୍ରସ୍ତାବ ରହିଛି। ଏହାଛଡ଼ା ଏସଏମଏସ ଇଣ୍ଡିଆ ପକ୍ଷରୁ ଖୋର୍ଦ୍ଧାଠାରେ ଏକ ଷ୍ଟିଲ୍ ଇକ୍ୟୁପମେଣ୍ଟ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯିବ। ଏହି ପ୍ଲାଣ୍ଟ୍ ପାଇଁ ସରକାର ୧୪ ଏକର ଜମି ଯୋଗାଇ ଦେବେ। ଆଜି ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଆବଣ୍ଟନ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ୨୭ଟି ନୂଆ ଶିଳ୍ପ ପ୍ରସ୍ତାବ ଏବଂ ୨୨ଟି ପୁରୁଣା ଶିଳ୍ପ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର  ଉପେନ୍ଦ୍ରନାଥ ବେହେରା, ଇଡକୋ ଅଧ୍ୟକ୍ଷ ବିଶାଳ ଦେବ ଓ ରାଜସ୍ୱ ସଚିବ ମୋନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।  

 

Related story