ଖୋର୍ଦ୍ଧା: ଜାତୀୟ ମତ୍ସ୍ୟଜିବୀ ମହାସଂଘରେ ପ୍ରଶିକ୍ଷଣ ପାଇବାକୁ ନାମ ସୁପାରିଶ କରିବାକୁ ଚିଲିକା ସର୍କଲ ଫିସରୀ ବିଭାଗର ଆସିଷ୍ଟାଣ୍ଟ ସବ୍ ରେଜିଷ୍ଟାର ୨୦୦୦ ଟଙ୍କ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ବାଲୁଙ୍ଗ। ଅଞ୍ଚଳର ହଟ କିଶୋର ଜାଲି ନାମକ ଜନୈକ ମତ୍ସ୍ୟଜିବୀ ଜାତୀୟ ମତ୍ସ୍ୟଜିବୀ ମହାସଂଘରୁ ପ୍ରଶିକ୍ଷଣ ନେବାକୁ ତାଙ୍କ ନାମକୁ ବିଭାଗ ପକ୍ଷରୁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ । ସେ ବାରମ୍ବାର କାର୍ଯ୍ୟାଳୟକୁ ଆସିଥିଲେ ବି ତାଙ୍କ ନାମ ସୁପାରିଶ କରିବାକୁ ଅର୍ଥ ଦାବି କରାଯାଇଥିଲା । ଏ ନେଇ ହଟ କିଶୋର ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ବିଭାଗର ଆସିଷ୍ଟାଣ୍ଟ ସବ୍ ରେଜିଷ୍ଟାର କିଶୋର ଚନ୍ଦ୍ର ଜେନାଙ୍କୁ ଆଜି ହଟ କିଶୋର ୨୦୦୦ ଲାଞ୍ଚ ଟଙ୍କା ଦେଇଥିଲେ । ଜେନା ଲାଞ୍ଚ ଟଙ୍କ। ନେଇ ନିଜ ପକେଟରେ ରଖିଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଚଢାଉ କରି ତାଙ୍କ ପକେଟରୁ ରସାୟନ ପ୍ରଲେପ ଦିଆଯାଇଥିବା ଟଙ୍କ। ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।
Miscellaneous
ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବିକେ ସୁଧାରାଣୀ; ସମ୍ମାନିତ କଲେ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ।
Miscellaneous
ଓଡ଼ିଆ ଝିଅ, ଇଂଲଣ୍ଡରେ ଗଢିଛନ୍ତି ଜଗନ୍ନାଥ ମନ୍ଦିର
୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି।
Accident
ଟ୍ରାକ୍ ପାର ହେଉଥିଲେ ଆରପିଏଫ୍ କନଷ୍ଟେବଳ, ପିଟି ଦେଲା ଟ୍ରେନ୍
ସାମାନ୍ୟ ଅସାବଧାନତାରୁ ଘଟିଗଲା ବଡ଼ ଅଘଟଣ । ଷ୍ଟେସନରେ ମହିଳା ଆରପିଏଫ୍ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରେନ୍ ।