ଗୁରୁଜୀଙ୍କ ଘରେ ପୁଲିସ୍‌, ଚାଲିଛି ଅର୍ଥନୈତିକ କାରବାରର ଯାଞ୍ଚ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କ ଭୁବନେଶ୍ୱର ସ୍ଥିତ ଘରେ ଖୋର୍ଦ୍ଧା ପୁଲିସ ଚଢ଼ଉ କରିଛି। ଯାଞ୍ଚ ନେଇ ଖୋର୍ଦ୍ଧା ଏସ୍‌ଡିପଓ ସୁଶିଲ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାନସ ଦାସଙ୍କ ମାନବବାଦ ସଂଗଠନ ସଂପର୍କରେ ଯାଞ୍ଚ କରୁଛୁ। ସଂଗଠନ ରେଜିଷ୍ଟ୍ରେସନ ହୋଇଛି କି ନାହିଁ ଯାଞ୍ଚ କରୁଛୁ। ମାନସ ଦାସଙ୍କ ଅର୍ଥନୈତିକ କାରବାରର ମଧ୍ୟ ଯାଞ୍ଚ କରୁଛୁ। ଘରୁ କିଛି ଫଟୋ ଓ ବ୍ୟାନର ମିଳିଛି ବୋଲି ଏସ୍‌ଡିପିଓ କହିଛନ୍ତି। […]

Manas-Das

Manoranjan Sial
  • Published: Tuesday, 07 September 2021
  • , Updated: 07 September 2021, 04:03 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କ ଭୁବନେଶ୍ୱର ସ୍ଥିତ ଘରେ ଖୋର୍ଦ୍ଧା ପୁଲିସ ଚଢ଼ଉ କରିଛି। ଯାଞ୍ଚ ନେଇ ଖୋର୍ଦ୍ଧା ଏସ୍‌ଡିପଓ ସୁଶିଲ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାନସ ଦାସଙ୍କ ମାନବବାଦ ସଂଗଠନ ସଂପର୍କରେ ଯାଞ୍ଚ କରୁଛୁ। ସଂଗଠନ ରେଜିଷ୍ଟ୍ରେସନ ହୋଇଛି କି ନାହିଁ ଯାଞ୍ଚ କରୁଛୁ। ମାନସ ଦାସଙ୍କ ଅର୍ଥନୈତିକ କାରବାରର ମଧ୍ୟ ଯାଞ୍ଚ କରୁଛୁ। ଘରୁ କିଛି ଫଟୋ ଓ ବ୍ୟାନର ମିଳିଛି ବୋଲି ଏସ୍‌ଡିପିଓ କହିଛନ୍ତି।

ଗତ ୩ ତାରିଖରେ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଗିରଫ ହୋଇ ଖୋର୍ଦ୍ଧା ସବ୍‌ଜେଲ୍‌ରେ ଅଛି ମାନସ ଦାସ। ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ ଆଦି ଦଫା ତାଙ୍କ ବିରୋଧରେ ଲାଗିଛି। ଏହାଛଡ଼ା ତାଙ୍କ ନାଁରେ ହତ୍ୟା ନେଇ ଦଫା ୩୦୨ ଲଗାଇଛି। ଏଥିସହ ଦଫା ୩୬୩, ୩୬୪, ୨୦୧, ୧୨୦ବି, ୩୪ IPC ଲାଗିଛି।

ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ତାଲିବାନ ଷ୍ଟାଇଲ୍‌ରେ ବିଚାର କରୁଥିଲେ। ଯିଏ ସଙ୍ଗଠନ ନିର୍ଦ୍ଦେଶକୁ ବେଖାତିର କରୁଥିଲା, ତାଙ୍କୁ ଦିଆଯାଉଥିଲା କଠୋର ଦଣ୍ଡ। ମାଡ଼ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ। ଦୀର୍ଘ ଦିନଧରି ମାନବବାଦ ସଙ୍ଗଠନ ଏପରି ଅପରାଧ ଭିଆଉଥିଲା। ମାତ୍ର ଭୟରେ କେହି ମୁହଁ ଖୋଲୁନଥିଲେ। ତେବେ ହଠାତ୍‌ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଘୂରି ବୁଲିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା, ବାପ-ପୁଅଙ୍କୁ ଏକ ଘରେ ପୂରାଇ ଅତି ନିର୍ଦ୍ଦୟ ଭାବେ ମାଡ଼ ମରାଯାଉଥିଲା। କୁହାଯାଉଛି, ଜାଣିଶୁଣି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପାଇଁ ମାନବବାଦ ସଙ୍ଗଠନ ପକ୍ଷରୁ ଏହି ଭିଡିଓ ଭାଇରାଲ୍‌ କରାଯାଇଥିଲା। କିନ୍ତୁ ସଙ୍ଗଠନ କର୍ମକର୍ତ୍ତାଙ୍କୁ ଜଣାନଥିଲା, ଏହି ଭିଡିଓ ତାଙ୍କ ତଣ୍ଟିର କଣ୍ଟା ହେବ ବୋଲି।

ମାଡ଼ ମରାଯାଉଥିବା ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଆକ୍‌ସନ୍‌ ମୋଡ୍‌କୁ ଆସିଥିଲା ପୁଲିସ୍‌। ସେପଟେ ମାଡ଼ ଖାଇଥିବା ବାପ-ପୁଅଙ୍କ ବୟାନ୍‌ ରେକର୍ଡ଼ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ। ପରେ ପରେ ଆହୁରି ଅନେକ ଲୋକ ଗୁରୁଜୀଙ୍କ ବିରୋଧରେ ମୁହଁ ଖୋଲିଥିଲେ। ତାଙ୍କ ବିରୋଧରେ ଭୟଙ୍କର ଅଭିଯୋଗ ଆଣି ଥାନାରେ ଏଫ୍‌ଆଇଆର୍‌ କରିଥିଲେ। ପ୍ରତିଦିନ ଗୁରୁଜୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସୁଥିବାରୁ ଚିନ୍ତାରେ ପଡ଼ି ଯାଇଥିଲା ପୁଲିସ୍‌। ତେବେ ଶାସକ ଦଳର ନେତାଙ୍କ ସହିତ ଗୁରୁଜୀଙ୍କ ଫଟୋ ଭାଇରାଲ୍‌ରେ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ପରେ ପୁଲିସ ତଦନ୍ତ ପ୍ରକ୍ରିଆକୁ ଗତିଶିଳ କରି ସତ୍ୟବ୍ରତ ନାଏକଙ୍କ ହତ୍ୟା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ଭିତରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିଥିଲା। ଜେରା ପରେ ସେମାନେ ସବୁ ଗୁମର ଖୋଲିଥିଲେ। ତା’ପରେ ସାମ୍ନାକୁ ଆସିଥିଲା ଗୁରୁଜୀଙ୍କର ବିକୃତ ମାନସିକତାର ଚିତ୍ର। ଏହା ପରେ ପୁଲିସ ଗୁରୁଜୀଙ୍କୁ ତାଙ୍କ ଭୁବନେଶ୍ୱରର ସ୍ଥିତ ଘରୁ ଉଠାଇନେଇଥିଲା। ଏପରିକି ତାଙ୍କ ପୁଅ ମନୋରଞ୍ଜନକୁ ମଧ୍ୟ ପୁଲିସ ଗିରଫ କରିଛି। ଏବେ ତାଙ୍କ ଅର୍ଥନୈତିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି।

Related story