ଛୋଟାର ୨ କୋଟି ଟଙ୍କାର ଘର ଭଙ୍ଗି ଦିଆଗଲା

‌ଖୋର୍ଦ୍ଧା(ବଳରାମ ଲେଙ୍କା): ଖଣି ମାଫିଆ ତଥା କୁଖ୍ୟାତ ବ୍ରାଉନସୁଗର ବେପାରୀ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟାର ବେଆଇନ ଘର ଆଜି ଉଚ୍ଛେଦ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଥିବା ତା’ର ପ୍ରାୟ ୨କୋଟି ଟଙ୍କାର ୨୦ ବଖରା ବିଶିଷ୍ଟ ଘରକୁ ଭଙ୍ଗି ଦିଆଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ୨ଟି ଜେସିବି ସାହାଯ୍ୟରେ ଘର ଭାଙ୍ଗିଛି ଜିଲ୍ଲା ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ […]

khodha,,,

Tapaswini Nayak
  • Published: Monday, 15 July 2019
  • , Updated: 15 July 2019, 07:40 PM IST

‌ଖୋର୍ଦ୍ଧା(ବଳରାମ ଲେଙ୍କା): ଖଣି ମାଫିଆ ତଥା କୁଖ୍ୟାତ ବ୍ରାଉନସୁଗର ବେପାରୀ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟାର ବେଆଇନ ଘର ଆଜି ଉଚ୍ଛେଦ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଥିବା ତା’ର ପ୍ରାୟ ୨କୋଟି ଟଙ୍କାର ୨୦ ବଖରା ବିଶିଷ୍ଟ ଘରକୁ ଭଙ୍ଗି ଦିଆଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ୨ଟି ଜେସିବି ସାହାଯ୍ୟରେ ଘର ଭାଙ୍ଗିଛି ଜିଲ୍ଲା ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଓ୍ୱଣ୍ଟେଡ୍ ତାଲିକାରେ ଥିଲା ଛୋଟା। ଗତ ସପ୍ତାହରେ ଖୋର୍ଦ୍ଧା କୋର୍ଟରେ ସେ ଆତ୍ମସମର୍ପଣ କରିଥିଲା।

ଛୋଟା ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର, ପୁରୀ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ରାଉନସୁଗାର ବେପାର କରୁଥିଲା। ଏହା ସହିତ ଚୋରା ବନ୍ଧୁକ, ବାଇକ ଓ ଦରମା ଦେଇ ଗ୍ୟାଙ୍ଗରେ ଏକାଧିକ ଅପରାଧୀଙ୍କୁ ନିୟୋଜିତ କରିଥିଲା। ଦରମା ସୂତ୍ରରେ କର୍ମଚାରୀ ରଖି ସେମାନଙ୍କୁ ନିଜ ବେଆଇନ କାମରେ ଲଗାଉଥିଲା। ଗ୍ୟାଙ୍ଗ ମେମ୍ବରମାନଙ୍କୁ ଚୋରାରେ ବନ୍ଧୁକ ଆଣି ଦେବା ସହ ଦାମୀ ବାଇକ ବି ଦେଉଥିଲା। ତେବେ ଏତେ ସବୁ ବେଆଇନ କାରବାର ପଛରେ କାହାର ଥିଲା ପୃଷ୍ଠପୋଷକତା?  କାହାର ଛତ୍ରଛାୟା ତଳେ ସାମାନ୍ୟ ପରିବା ବେପାରୀରୁ କୋଟି କୋଟି ଟଙ୍କାର ମାଲିକ ହେଲା ଛୋଟା? ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଛୋଟାକୁ ରିମାଣ୍ଡରେ ଆଣି ତାର କଳା ସମ୍ରାଜ୍ୟର ଗୁମର ଖୋଲିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌।

କେବଳ ଛୋଟା ନୁହେଁ ବିଭିନ୍ନ ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଏଭଳି ୨୦ ଦୁର୍ଦ୍ଦାନ୍ତ ଅପରାଧି ଏବେ STF ସ୍କାନରରେ ରହିଛନ୍ତି। ଖୁବ୍ ଶୀଘ୍ର ଏମାନଙ୍କ ପାଳି ପଡ଼ିବ ବୋଲି ସୂଚନା ଦେଇଛନ୍ତି ଏସ୍‌ଟିଏଫ୍‌।

Related story