ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ପଞ୍ଚାୟତ ହନୁମନ୍ତ ଗ୍ରାମରେ ମହନ୍ତଙ୍କ କୋଠରୀରେ ଜଣେ ଯୁବତୀଙ୍କ ଉପସ୍ଥିତିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ରବିବାର ଗାଁର ମହିଳା ସଙ୍ଗଠନ ମଠ ପରିସରରୁ ମହନ୍ତଙ୍କ ସହିତ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ମଠରେ ଦିର୍ଘ ଦିନ ଧରି ଯୁବତୀ ଜଣଙ୍କ ରହିଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ମଠରେ ରହୁଥିବା ନେଇ ତାଙ୍କ ବାପା ମହନ୍ତଙ୍କୁ ପଚାରିଥିଲେ ମଧ୍ୟ ସେ ତାଙ୍କୁ ଜଣାଇ ନଥିବା ଝିଅର ବାପା ଅଭିଯୋଗ କରିଛନ୍ତି। ଏପଟେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ମହନ୍ତ ସନାତନ। ମହନ୍ତଙ୍କ କୋଠରୀରୁ ଯୁବତୀଙ୍କ ପୋଷାକ ସହିତ ୩ଟି ହରିଣ ଛାଲକୁ ଜବତ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହନ୍ତ ସନାତନ ଦାସ ଓ ଯବତୀଙ୍କୁ ଥାନାକୁ ଆଣିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ଖୋଲିବ ଧାନମଣ୍ଡି, ଆଉ ରହିବନି ଟୋକନ୍ ଟେନସନ୍
ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Miscellaneous
ଏଥର ମଣ୍ଡି ଜଗିବେ ମନ୍ତ୍ରୀ-ଅଫିସର, ସାବାଡ୍ ହେବେ ଦଲାଲ୍
କାଲିଠୁ ବରଗଡ଼ ଓ ୨୧ରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରୁ ମୁକ୍ତି ପାଇବେ ଚାଷୀ। ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସର ଜଗିବେ ମଣ୍ଡି।
Miscellaneous
ଅନୁପମା ଜେମସଙ୍କୁ କେନ୍ଦ୍ରରେ ନିଯୁକ୍ତି, ହେଲେ ଏନଆଇଏ ଏସପି
ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏସପି ଭାବେ କାର୍ଯ୍ୟରତ ଅନୁପମା ଜେମସ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ଏନଆଇଏ ଏସପି ଭାବେ ନିଯୁକ୍ତି ମିଳିଛି । ସେ ୫ବର୍ଷ ପାଇଁ ଏନଏଆଇରେ କାର୍ଯ୍ୟ କରିବେ ।
Politics
୨୫ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ଅଧିବେଶନ ପାଇଁ ବାଚସ୍ପତି ୨୫ତାରିଖ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି ।
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।