ନୀଳଗିରି ଜଙ୍ଗଲରେ ଛୁଆ ହାତୀ ମୃତ

ନୀଳଗିରି(ଓଡ଼ିଶା ରିପୋର୍ଟର): ନୀଳଗିରିରେ ପୁଣି ହାତୀ ମୃତ୍ୟୁ। କୁଳଡ଼ିହା ଅଭୟାରଣ୍ୟ ଅଧୀନ ଚେମଚଟା ଠାରେ ଏକ ୩ରୁ ୪ ବର୍ଷର ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବାଲେଶ୍ଵର ଡିଏଫଓ ସମେତ କୁଳଡ଼ିହା ବନବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ-ହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ  ଛୁଆ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ଏହି ଛୁଆ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। […]

elephant

elephant

Niranjan Mishra
  • Published: Wednesday, 27 July 2022
  • Updated: 27 July 2022, 04:44 PM IST

Sports

Latest News

ନୀଳଗିରି(ଓଡ଼ିଶା ରିପୋର୍ଟର): ନୀଳଗିରିରେ ପୁଣି ହାତୀ ମୃତ୍ୟୁ। କୁଳଡ଼ିହା ଅଭୟାରଣ୍ୟ ଅଧୀନ ଚେମଚଟା ଠାରେ ଏକ ୩ରୁ ୪ ବର୍ଷର ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବାଲେଶ୍ଵର ଡିଏଫଓ ସମେତ କୁଳଡ଼ିହା ବନବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ-ହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ  ଛୁଆ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ତେବେ ତଦନ୍ତ ପରେ ଏହି ଛୁଆ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଏଠାରେ ସାତ ମାସ ଭିତରେ ଏହାକୁ ମିଶାଇ ୫ଟି ହାତୀଙ୍କ ଅସ୍ୱାଭିକ ମୃତ୍ୟୁ ମାମାଲା ସାମ୍ନାକୁ ଆସିଛି। ଯାହାକୁ ନେଇ ନୀଳିଗିରି ଜଙ୍ଗଲରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଜଙ୍ଗଲୀ ପ୍ରାଣୀଙ୍କ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos