ସହମତିରେ ଯାଇଥିଲେ ନା ଅପହରଣ ହୋଇଥିଲା ? ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଯୁବତୀ

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ଟିକ୍‌ଟକରୁ ଲାଇକ୍ ମରାମରି। ଲାଇକରୁ ମେସେଜ ଦିଆନିଆ ହୋଇ ଧିରେ ଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଗଲା। ଆଉ ପରେ ଅପହରଣ ନାଟକ। ଏମିତି ଏକ ଘଟଣାକ୍ରମରେ  ଜଣେ ନାବାଳିକାଙ୍କୁ ଜଣେ ଯୁବତୀ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି। ସମଲିଙ୍ଗି ସମ୍ପର୍କ ଉଦ୍ଦେଶ୍ୟରେ ଅପହରଣ ଅଭିଯୋଗରେ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି କଳାହାଣ୍ଡି ଥର୍ମଗଡ ଥାନା ପୁଲିସ। ଅଭିଯୋଗ ଅନୁଯାୟୀ ଗତ ୧୭ତାରିଖରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ କିଏ ଅପହରଣ କରିନେଇଥିବା […]

7890

Tapas Behera
  • Published: Tuesday, 29 September 2020
  • , Updated: 29 September 2020, 02:11 PM IST

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ଟିକ୍‌ଟକରୁ ଲାଇକ୍ ମରାମରି। ଲାଇକରୁ ମେସେଜ ଦିଆନିଆ ହୋଇ ଧିରେ ଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଗଲା। ଆଉ ପରେ ଅପହରଣ ନାଟକ। ଏମିତି ଏକ ଘଟଣାକ୍ରମରେ  ଜଣେ ନାବାଳିକାଙ୍କୁ ଜଣେ ଯୁବତୀ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି। ସମଲିଙ୍ଗି ସମ୍ପର୍କ ଉଦ୍ଦେଶ୍ୟରେ ଅପହରଣ ଅଭିଯୋଗରେ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି କଳାହାଣ୍ଡି ଥର୍ମଗଡ ଥାନା ପୁଲିସ। ଅଭିଯୋଗ ଅନୁଯାୟୀ ଗତ ୧୭ତାରିଖରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ କିଏ ଅପହରଣ କରିନେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ପାଇବା ପରେ ପୁଲିସ ସାଇବର ସେଲର ସହାୟତା ନେଇଥିଲା।

ନାବାଳିକାର ମୋବାଇଲ ଟ୍ରାକିଂ କରି ପଶ୍ଚିମବଙ୍ଗରେ ଥିବା ଜାଣିପାରିଥିଲା ପୁଲିସ। ଧର୍ମଗଡ ପୁଲିସର ଏକ ଟିମ୍ ପଶ୍ଚିମବଙ୍ଗ ଯାଇ ପହଞ୍ଚିଲା ବେଳକୁ ଅପହର୍ତ୍ତା ରାଜସ୍ଥାନ ଅଭିମୁଖେ ବାହାରିଥିଲେ। ପରେ ଆରପିଏଫ ସହାୟତାରେ କାନପୁରରୁ ଧରାପଡ଼ିଥିଲେ । ପରେ ଉଭୟଙ୍କୁ ଓଡ଼ିଶା ଅଣାଯାଇଥିଲା। ଅପହର୍ତ୍ତାଙ୍କୁ ପୁଲିସ ଗିରଫ କରିଥିବା ବେଳେ ନାବାଳିକାଙ୍କୁ ପୁଲିସ ତାଙ୍କ ପରିବାର ଜିମା ଦେଇଛି।

ତେବେ ଗିରଫ ଯୁବତୀ ଜଣକ କହିଛନ୍ତି ଯେ, ଟିକ୍‌ଟିକରୁ ଆମ ଦୁହିଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ସେ ତା ନିଜ ଇଚ୍ଛାରେ ଆସିଥିଲା। ମୁଁ ତାକୁ ଅପହରଣ କରି ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି।  ଅପହରଣ କରିଥିବା ଯୁବତୀଙ୍କ ଘର ପଶ୍ଚିମବଙ୍ଗ ନଦିଆରେ ବୋଲି ଜଣାପଡ଼ିଛି। ତେବେ ତଦନ୍ତ ବେଳେ ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ପୁଲିସ ଜାଣିବାକୁ ପାଇଛି ।

Related story