ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ଶୋଇବା ପରେ ରାସ୍ତାରେ କିଡ୍‌ନୀ ରୋଗୀଙ୍କ ଅନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଔଷଧ ମିଳିବାରେ ଅସୁବିଧା ନେଇ ତେଜିଲା କିଡ୍‌ନୀ ରୋଗୀଙ୍କ ଆନ୍ଦୋଳନ। ରାତି ତମାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ଶୋଇବା ପରେ ରାସ୍ତାକୁ ଓହ୍ଲାଇଲେ ରୋଗୀ ଓ ସଂପର୍କୀୟ। ଆଜି ଭୁବନେଶ୍ୱରରେ ରାଜଭବନ ଓ ଏଜି ରାସ୍ତାକୁ ବି ଅବରୋଧ କରିଛନ୍ତି ସେମାନେ। ସେମାନଙ୍କ ଅଭିଯୋଗ, ପୂର୍ବରୁ ମହାତ୍ମା ଗାନ୍ଧି ମାର୍ଗରେ ୯୮ ଦିନ ଧରି ଧାରଣା ଦେବା ପରେ ସେମାନଙ୍କୁ ମାଗଣାରେ ଉନ୍ନତ ଔଷଧ ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ […]

medicin

  • Published: Tuesday, 08 November 2022
  • , Updated: 09 November 2022, 07:33 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଔଷଧ ମିଳିବାରେ ଅସୁବିଧା ନେଇ ତେଜିଲା କିଡ୍‌ନୀ ରୋଗୀଙ୍କ ଆନ୍ଦୋଳନ। ରାତି ତମାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ଶୋଇବା ପରେ ରାସ୍ତାକୁ ଓହ୍ଲାଇଲେ ରୋଗୀ ଓ ସଂପର୍କୀୟ। ଆଜି ଭୁବନେଶ୍ୱରରେ ରାଜଭବନ ଓ ଏଜି ରାସ୍ତାକୁ ବି ଅବରୋଧ କରିଛନ୍ତି ସେମାନେ।

ସେମାନଙ୍କ ଅଭିଯୋଗ, ପୂର୍ବରୁ ମହାତ୍ମା ଗାନ୍ଧି ମାର୍ଗରେ ୯୮ ଦିନ ଧରି ଧାରଣା ଦେବା ପରେ ସେମାନଙ୍କୁ ମାଗଣାରେ ଉନ୍ନତ ଔଷଧ ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ କେବଳ ଅକ୍ଟୋବର ମାସରେ ଏସସିବି ମେଡିକାଲ କଲେଜ ହସ୍ପିଟାଲ ପକ୍ଷରୁ ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯାଇଥିଲା। କିନ୍ତୁ ଚଳିତ ମାସରେ ଆଉ ଔଷଧ ମିଳିବନି ବୋଲି ଏସସିବି କର୍ତ୍ତୃପକ୍ଷ ରୋକଠୋକ ଶୁଣାଇଛନ୍ତି। ତେଣୁ ସେମାନେ ଅନ୍ଦୋଳନକୁ ଓହ୍ଲାଇଛନ୍ତି।

ଏବେ ସମସ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ଔଷଧ ନ ମିଳିବା ଯାଏଁ ଧାରଣାରେ ବସି ରହିବେ ବୋଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ କହିଛନ୍ତି। ସେପଟେ ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

Related story