କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ମାନେନା ବନ୍ଧବାଡ଼। ପ୍ରେମକୁ କୌଣସି ସୀମା ମଧ୍ୟରେ ବାନ୍ଧି ରଖିବା କଷ୍ଟକର। ଏମିତି ଜଣେ କିନ୍ନରଙ୍କ ସହ ପ୍ରେମ ହୋଇ ଜଣେ ଯୁବକଙ୍କ ମଧ୍ୟରେ ଶେଷରେ ବିବାହ ରୂପ ନେଇଛି। କେନ୍ଦ୍ରାପଡାରେ କିନ୍ନର ପ୍ରେମିକାଙ୍କୁ ବିବାହକୁ ନେଇ ଚର୍ଚ୍ଚା କୁ ଆସିଛନ୍ତି ଜଣେ ଯୁବକ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଖଣ୍ଡେଇପଡା ଯୁବକ କାହ୍ନୁ ଚରଣ ସ୍ୱାଇଁ। ଦୁଇ ବର୍ଷର ହେବ ଜଣେ କିନ୍ନରଙ୍କୁ ଭଲ ପାଇ ବସିଲେ ସେ । ଧିରେ ଧିରେ ଉଭୟଙ୍କ ମଧ୍ୟରେ ନିବିଡ଼ ହେଲା ସମ୍ପର୍କ। ପ୍ରେମ ପାଇଁ ରଂଗ ,ଧର୍ମ ଜାତି କିମ୍ବା ଲିଙ୍ଗ ନୁହେଁ ବରଂ ଏକ ସୁନ୍ଦର ହୃଦୟ ଲୋଡ଼ା। ଆଉ ସେଇ ସୁନ୍ଦର ହୃଦୟ ଭିତରେ ପ୍ରେମିକା କିନ୍ନରଙ୍କୁ ଜାଗା ଦେଇଛନ୍ତି କହ୍ନେଇ। ଆଉ ଦୁଇ ହୃଦୟକୁ ଯୋଡିବାକୁ ମୁଖ୍ୟ ସାଜିଥିଲେ ସଦର ଥାନା iic ପ୍ରମୋଦ ମଲ୍ଲିକ। ଏହି ବିବାହ ଶ୍ୟାମସୁନ୍ଦର ପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ରାତିରେ ସମ୍ପର୍ଣ୍ଣ ହୋଇଛି।
ରାଜନଗର ଥାନା ଖଣ୍ଡେଇ ପଡ଼ାର କାହ୍ନୁ ଏକ ବର୍ଷ ହେବ ଘର ଛାଡ଼ି ପଳାଇ ଆସିଥିଲେ । କଜଳା ସ୍ଥିତ କିନ୍ନର ସଂଘ କାର୍ଯ୍ୟାଳୟରେ ପ୍ରେମିକା କଣ୍ଢେଇ ସହିତ ରହୁଥିଲେ । ମହାକାଳପଡ଼ା ତନ୍ତଅ।ପାଳ ଥାନା ନାଞ୍ଜୁର। ଗାଁର କଣ୍ଢେଇଙ୍କ ଘର। ଉଭୟ କାହ୍ନୁ ଓ କଣ୍ଢେଇ ଘରୁ ପଳେଇ ଆସିଲା ପରେ ପରିବାର ଲୋକେ କାହ୍ନୁଙ୍କୁ ଖୋଜୁଥିଲେ । କୌଣସି ସୂତରୁ ଖବର ପାଇ ବଳଦେବଜୀଉ କିନ୍ନର ସଂଘ ତାଙ୍କୁ ଅପହରଣ କରି ରଖିଛି ବୋଲି ସଦର ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ଉଠାଇ ଆଣି ପଚରା ଉଚୁର। କରିବା ପରେ ଉଭୟ ଦୁଇ ବର୍ଷ ହେବ ପରସ୍ପର ଭଲ ପାଉଛନ୍ତି ବୋଲି କହିଥିଲେ। ପରେ ଦୁଇ ଜଣଙ୍କ ସହ ମତକୁ ସଦର ଥାନା ପୋଲିସ ମାନି ବିବାହ କରିଥିଲା । ପରିବାର ଲୋକେ କାହ୍ନୁକୁ ଫେରାଇ ନେବାକୁ ଆସିଥିଲେ ମଧ୍ୟ କାହ୍ନୁ ଯାଇ ନଥିଲେ। ପରିବାର ଲୋକେ ଫେରିଯାଇଥିଲେ ।iic ଓ କିନ୍ନର ସଂଘ ସହଯୋଗରେ ବିଭାହ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।