କିରାସିନି କଳାବଜାରୀ ଟଙ୍କା ଖାଉଛନ୍ତି ଯୋଗାଣ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ: ବିଜେପି

ଭୁବନେଶ୍ୱର: କିରାସିନି କୋଟାକୁ ନେଇ ବିଜେଡି ବିଜେପି ମଧ୍ୟରେ ଚାଲିଥିବା ତୁତୁ ମେଁମେଁ ବଢିବାରେ ଲାଗିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୋଗାଣ ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କିରାସିନି କଳାବାଜାରୀର ଟଙ୍କା ଏହି ଦୁଇଜଣଙ୍କ ପକେଟ୍‌କୁ ଯାଉଥିବା ଦଳ ଅଭିଯୋଗ କରିଛି। ଏପରିକି ଦଳ ପକ୍ଷରୁ ହିତାଧିକାରୀଙ୍କ ତାଲିକା ମଗାଯାଇଛି। ରାଜ୍ୟ ସରକାର କିରାସିନିକୁ ନେଇ ନିଜ ହକ ମାଗିବା ପରେ ବିଜେପି ପଲଟବାର କରିଛି। କେନ୍ଦ୍ର ଦେଉଥିବା କିରାସିନିର ସଂହ […]

bjp

Rakesh Mallick
  • Published: Monday, 03 April 2017
  • , Updated: 03 April 2017, 09:17 PM IST

ଭୁବନେଶ୍ୱର: କିରାସିନି କୋଟାକୁ ନେଇ ବିଜେଡି ବିଜେପି ମଧ୍ୟରେ ଚାଲିଥିବା ତୁତୁ ମେଁମେଁ ବଢିବାରେ ଲାଗିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୋଗାଣ ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କିରାସିନି କଳାବାଜାରୀର ଟଙ୍କା ଏହି ଦୁଇଜଣଙ୍କ ପକେଟ୍‌କୁ ଯାଉଥିବା ଦଳ ଅଭିଯୋଗ କରିଛି। ଏପରିକି ଦଳ ପକ୍ଷରୁ ହିତାଧିକାରୀଙ୍କ ତାଲିକା ମଗାଯାଇଛି।

ରାଜ୍ୟ ସରକାର କିରାସିନିକୁ ନେଇ ନିଜ ହକ ମାଗିବା ପରେ ବିଜେପି ପଲଟବାର କରିଛି। କେନ୍ଦ୍ର ଦେଉଥିବା କିରାସିନିର ସଂହ ଭାଗ କଳାବଜାରକୁ ଚାଲି ଯାଉଥିବା ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ବାଟମାରଣ ହେଉଥିବା କିରାସିନି ଟଙ୍କା ଏବେକାର ଖାଦ୍ୟ ଯୋଗାଣମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀଙ୍କ ପକେଟ୍‌କୁ ଯାଉଛି।”

ସେ କହିଛନ୍ତି,“କେନ୍ଦ୍ର କିରାସିନି ଲିଟର ପିଛା ୧୧ ଟଙ୍କା ସବସିଡ ଦେଉଛନ୍ତି। ରାଜ୍ୟ କୋଟା ବାବଦକୁ କେନ୍ଦ୍ର ଗତବର୍ଷ ୨.୯୩ ଲକ୍ଷ କିଲୋଲିଟର କିରାସିନି ଦେଇଥିଲା। ଚଳିତବର୍ଷ ୨.୪୮ ଲକ୍ଷ କିଲୋଲିଟର ଦେଇଛି। ରାଜ୍ୟର ୪୦ ପ୍ରତିଶତ ଲୋକଙ୍କ ଘରେ ବିଦ୍ୟୁତ୍‌ ଓ ଗ୍ୟାସ୍‌ ସଂଯୋଗ ଥିବାରୁ ସେହି ଅନୁପାତରେ କୋଟା କମିଛି। ହେଲେ ଆସୁଥିବା କୋଟା ଲୋକଙ୍କ ପାଖକୁ ନ ଯାଇ ବାଟମାରଣା ହେଉଛି।”

ବିଜେପିର ଏପରି ଅଭିଯୋଗ ଆସିବା ପରେ ବିଜେଡି ଜବାବ ରଖିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“୨୦୧୨ ମସିହାରେ ମୁଁ ମନ୍ତ୍ରୀ ଥିବା ବେଳେ ସବ୍‌ ହୋଲସେଲର ସିଷ୍ଟମ ଉଠାଇ ଦିଆଯାଇଥିଲା। ସମୀର ମହାନ୍ତି ଜାଣିବା ଦରକାର ସେ କ’ଣ କହୁଛନ୍ତି। ଏହା ସ୍ପଷ୍ଟ କରୁଛି ବିଜେପି ଓ ଏହାର ପ୍ରବକ୍ତାମାନେ ବିଚଳିତ ହୋଇଗଲେଣି। ସବୁବେଳେ ମିଥ୍ୟାର ଆଶ୍ରୟ ନେଉଛନ୍ତି।

କେନ୍ଦ୍ର ନିୟମ ଅନୁସାରେ ବିଦ୍ୟୁତ୍‌ ଓ ଗ୍ୟାସ୍‌ ସଂଯୋଗ ଥିବା ଲୋକଙ୍କୁ ସବସିଡ କିରାସିନି ମିଳିବ ନାହିଁ। ଏହି ହିସାବ ଅନୁସାରେ ରାଜ୍ୟର ୬୦ ପ୍ରତିଶତ ଲୋକଙ୍କ ପାଇଁ କିରାସିନି ଆସୁଥିବା କେନ୍ଦ୍ର ଦାବି କରୁଛି। କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହା ପହଞ୍ଚୁ ନ ଥିବା ଅଭିଯୋଗ ଆସିବା ପରେ ରାଜ୍ୟ ଓ କେନ୍ଦ୍ର କଳି ଜଟିଳ ହେବାରେ ଲାଗିଛି।

Related story