କାଲି ଦେଖାଉଥିଲେ ମୁହଁ ତୋଡ଼, ଆଜି ମାଟିରେ ମିଶିଲା କିଶୋର ଭାଇନା ହୋଟେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ନିୟମ ଉଲ୍ଳଘଂନ, ତା’ ପରେ କାର୍ଯ୍ୟାନୁଷ୍ଠାନକୁ ଖାତିର ନ କରି ତୋଡ଼ ଦେଖାଇବା ମହଙ୍ଗା ପଡ଼ିଲା। ଶେଷରେ ଆଜି ମାଟିରେ ମିଶିଛି ଭୁବନେଶ୍ୱର ପ୍ରସିଦ୍ଧ କିଶୋର ଭାଇନା ମଟନ ହୋଟେଲ। ଉଭୟ ବିଏମସି ଓ ବିଡିଏ ମିଳିତ ଭାବେ ଚଢ଼ାଉ କରି ଆଜି କିଶୋର ଭାଇନାଙ୍କ ହୋଟେଲ ଉପରେ ବୁଲଡୋଜର ଚଲାଇ ଦେଇଛନ୍ତି। ଦୁର୍ଗା ପୂଜା ପୂର୍ବରୁ ବିଏମ୍‌ସି ତରଫରୁ ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ପରଖା ଯାଉଛି। ଏହିକ୍ରମରେ […]

BMC

BMC

Niharika Rout
  • Published: Friday, 16 September 2022
  • Updated: 16 September 2022, 03:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ନିୟମ ଉଲ୍ଳଘଂନ, ତା’ ପରେ କାର୍ଯ୍ୟାନୁଷ୍ଠାନକୁ ଖାତିର ନ କରି ତୋଡ଼ ଦେଖାଇବା ମହଙ୍ଗା ପଡ଼ିଲା। ଶେଷରେ ଆଜି ମାଟିରେ ମିଶିଛି ଭୁବନେଶ୍ୱର ପ୍ରସିଦ୍ଧ କିଶୋର ଭାଇନା ମଟନ ହୋଟେଲ। ଉଭୟ ବିଏମସି ଓ ବିଡିଏ ମିଳିତ ଭାବେ ଚଢ଼ାଉ କରି ଆଜି କିଶୋର ଭାଇନାଙ୍କ ହୋଟେଲ ଉପରେ ବୁଲଡୋଜର ଚଲାଇ ଦେଇଛନ୍ତି।

ଦୁର୍ଗା ପୂଜା ପୂର୍ବରୁ ବିଏମ୍‌ସି ତରଫରୁ ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ପରଖା ଯାଉଛି। ଏହିକ୍ରମରେ ଗତ ବୁଧବାର ବିଏମ୍‌ସି ଓ ବିଡିଏ ପକ୍ଷରୁ ଆଚାର୍ଯ୍ୟ ବିହାରସ୍ଥିତ ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ମଟନ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ କିଶୋର ଭାଇନାଙ୍କ ଫୁଡ ଲାଇସେନ୍ସ ନବୀକରଣ ହୋଇ ନ ଥିବା ଜଣାପଡ଼ିଥିଲା। ଏହାବାଦ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ଖାଦ୍ୟର ମାନ ନିମ୍ନମାନର ଥିଲା। କେବଳ ସେତିକି ନୁହେଁ, ଖାଦ୍ୟରେ ନିମ୍ନମାନର ସସ୍‌ ଓ ରଙ୍ଗ ମଧ୍ୟ ମିଶାଯାଉଥିବା ତଦନ୍ତ ସମୟରେ ଜଣାପଡ଼ିଲା।

ଏହାଦେଖି ବିଏମ୍‌ସି ପକ୍ଷରୁ କିଶୋଇ ଭାଇନାଙ୍କ ହୋଟେଲକୁ ସିଲ୍‌ କରାଯାଇଥିବା ବେଳେ ଫାଇନ୍‌ ପକା ଯାଇଥିଲା। ଏଥିସହ ଟ୍ରେଡ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଥିଲା। ହେଲେ ବିଏମ୍‌ସିର ନାଲି ଆଖିକୁ  ଖାତିର କଲେନି କିଶୋର ଭାଇନା। ବୁଧବାର ଦୋକାନ ସିଲ୍‌ ହୋଇଥିବା ସତ୍ତ୍ୱେ ଗୁରୁବାର ପୁଣି ଥରେ ସ୍ୱାଭାବିକ ଭାବେ ଦୋକାନ ଖୋଲିଥିଲେ କିଶୋର ଭାଇନା। ଚଳଚଞ୍ଚଳ ହୋଇଉଠିଲେ କର୍ମଚାରୀ ଓ କାଠ ଚୁଲାରେ ଗବ ଗବ ହୋଇ ଫୁଟିଲା ମଟନ ତରକାରୀ।

ଏନେଇ ପଚରାଯିବାରୁ କିଶୋର ଭାଇନା କିନ୍ତୁ ବେଫିକର ଭାବେ ମୁହଁତୋଡ଼ ଜବାବ ଦେଇଥିଲେ। ଏନେଇ ସେ କହିଥିଲେ,  ଲାଇସେନ୍ସ ରିନ୍ୟୁ ପାଇଁ ବିଏମସି ଅଧିକାରୀ ଇନକ୍ୱାରୀରେ ଆସିଥିଲେ  । ଫୁଟପାଥରେ ଦୋକାନ କରିଛି। ମାର୍ବଲ, ଟାଇଲ ପକାଇ ପାରିବିନି। ସ୍ୱଚ୍ଛତା ନ ଥିଲେ ଲୋକେ କାହିଁକି ଖାଇବାକୁ ଆସୁଛନ୍ତି? ଖାଇବା ନିମ୍ନମାନର ହେଲେ ଲୋକେ ଆସନ୍ତେ ନାହିଁ। ମୋ’ ଖାଦ୍ୟରେ କିଛି ସସ୍‌ ପଡ଼େନି। ତେଣୁ ସସ୍‌ ନିମ୍ନମାନର ହେବାର ପ୍ରଶ୍ନ ଉଠୁନି। ମୋ ଉପରେ କୌଣସି ଫାଇନ୍‌ ପଡ଼ିନି। ପାଖ ହୋଟେଲକୁ ସିଲ୍ କରାଯାଇଛି। ଖାଲି ମାନ ଓ ସ୍ୱଚ୍ଛତା ଠିକ୍ ରଖିବାକୁ ତାଗିଦ କରିଥିଲେ ।

ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରସାରିତ ହେବା ପରେ ଲୋକେ ବିଏମ୍‌ସି ଉପରକୁ ଆଙ୍ଗୁଳି ଉଠାଇବା ସହ ରାଜଧାନୀ ଛାତି ଉପରେ କିପରି ଏହା ସମ୍ଭବ ହୋଇପାରୁଛି ବୋଲି ପ୍ରଶ୍ନ କରିଥିଲେ ସାଧାରଣ ଲୋକେ। ଏପରିକି ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଆଖି ବୁଜିଦେଇ ବିଏମସି ଏପରି ପଦକ୍ଷେପ ନେଉଥିବା ଓ ଏଥିପ୍ରତି ଡିଲ୍‌ ହୋଇଥିବା ଅଭିଯୋଗ କରିଥିଲେ। ଏପରିକି ଦିନରେ ସିଲ୍‌, ରାତିରେ ଡିଲ୍‌, ପୁଣି ସକାଳେ ମଟନ ମିଲ୍‌ ବୋଲି ସୋଶାଲ ମିଡିଆରେ ବିଏମ୍‌ସିକୁ ଟ୍ରୋଲ୍‌ କରିବାକୁ ପଛାଇଲେ ନାହିଁ ଲୋକେ।

ଏନେଇ ଗତକାଲି ବିଏମସି ସିଟି ହେଲଥ ଅଫିସର ଦୀପକ ବିଶୋୟୀଙ୍କୁ ପଚରାଯିବାରୁ କହିଥିଲେ , କିଶୋର ହୋଟେଲରେ ଚଢାଉ କରିଥିଲୁ । ହୋଟେଲରେ ଥିବା ବାସି ଜିନିଷ ନଷ୍ଟ କରିବା ସହ ତାର ରେଜିଷ୍ଟ୍ରେସନ୍ କ୍ୟାନସେଲ କରିଥିଲୁ । ଯଦି ରେଜିଷ୍ଟ୍ରେସନ ବାତିଲ ପରେ ବି ଖୋଲିଛନ୍ତି, ତେବେ ବେଆଇନ ଭାବେ ଖୋଲିଛନ୍ତି । ପୁଣି ଚଢାଉ କରି ଫାଇନ କରିବୁ ।

ଏହାପରେ ଆଜି ବିଏମସି ଓ ବିଡିଓ କର୍ମଚାରୀ କିଶୋର ଭାଇନା ହୋଟେଲ ନିକଟରେ ପହଞ୍ଚିଥିଲେ। ଏହାପରେ ଯାଞ୍ଚ ସମୟରେ ସରକାରୀ ଜମି ଉପରେ ଏହି ଦୋକାନ ଛିଡ଼ା ହୋଇଥିବା କାଗଜପତ୍ର ଯାଞ୍ଚରୁ ଜାଣିବାକୁ ପାଇଥିଲେ। ତେଣୁ ସଙ୍ଗେ ସଙ୍ଗେ ଦୋକାନ ଉପରେ ବୁଲଡୋଜର ଚଲାଯାଇ ତାହାକୁ ମାଟିରେ ମିଶାଇ ଦିଆଯାଇଛି। ନିଜ ଉପରେ ଲାଗିଥିବା କଳଙ୍କକୁ ଧୋଇବା ସହ ନିଜକୁ କ୍ଲିନ୍‌ ଚିଟ୍‌ ଦେବାକୁ ବିଏମ୍‌ସି ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଆଲୋଚନା ହେଉଛି।

https://youtu.be/_FRWsvvV-KI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story