ନଲେଜ କର୍ପୋରେସନରେ ହୋଇଥିବା ଘୋଟାଲାର ସିବିଆଇ ତଦନ୍ତ କରାଯାଉ: ବିଜେପି

ଭୁବନେଶ୍ୱର: କମ୍ପ୍ୟୁଟର ଶିକ୍ଷା ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ନଲେଜ କର୍ପୋରେସନରେ ଘୋଟାଲା ଅଭିଯୋଗ ଆଣିଛି ବିଜେପି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ନଲେଜ କର୍ପୋରେସନକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନରେ ୨୦୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ। ହେଲେ ଏହା ଠିକ୍ ଭାବେ ଖର୍ଚ୍ଚ ହୋଇନାହିଁ। ନଲେଜ କର୍ପୋରେସନ ଏଥିରୁ ୧୭୭ କୋଟି ଅନ୍ୟ ଏକ ସଂସ୍ଥାକୁ ଦେଇଥିବା ଦଳ ଅଭିଯୋଗ କରିଛି। କମ୍ପ୍ୟୁଟର ଶିକ୍ଷା ନାଁରେ […]

bjp

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 04:23 PM IST

ଭୁବନେଶ୍ୱର: କମ୍ପ୍ୟୁଟର ଶିକ୍ଷା ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ନଲେଜ କର୍ପୋରେସନରେ ଘୋଟାଲା ଅଭିଯୋଗ ଆଣିଛି ବିଜେପି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ନଲେଜ କର୍ପୋରେସନକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନରେ ୨୦୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ। ହେଲେ ଏହା ଠିକ୍ ଭାବେ ଖର୍ଚ୍ଚ ହୋଇନାହିଁ। ନଲେଜ କର୍ପୋରେସନ ଏଥିରୁ ୧୭୭ କୋଟି ଅନ୍ୟ ଏକ ସଂସ୍ଥାକୁ ଦେଇଥିବା ଦଳ ଅଭିଯୋଗ କରିଛି। କମ୍ପ୍ୟୁଟର ଶିକ୍ଷା ନାଁରେ ଅର୍ଥ ତୋଷାରପାତ ହୋଇଥିବାରୁ ଏହାର ସିବିଆଇ ତଦନ୍ତ ଦାବି କରାଯାଇଛି। ବିଜେପି ରାଜ୍ୟ ମୁଖପାତ୍ର ସମୀର ମହାନ୍ତି କହିଛନ୍ତି, ଓକେସିଲ ଗଠନ ହୋଇଥିଲା କ’ଣ ଦଲାଲି ସଂସ୍ଥା ପାଇଁ। ସେ ଅନ୍ୟ ସଂସ୍ଥାକୁ ଦେଲା କାହିଁକି। ଏହାର ସିବିଆଇ ତଦନ୍ତ କରାଯାଉ। ତେବେ ଏହି ଅଭିଯୋଗ ନେଇ ଉଚ୍ଚଶିକ୍ଷା ବିଭାଗ କିମ୍ୱା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Related story