କୋଣାର୍କ: ଟୋଲ ଟ୍ୟାକ୍ସ ଉଚ୍ଛେଦ ଦାବିରେ ଧାରଣା

କୋଣାର୍କ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟକୁ ନେଇ କାକଟପୁର ଓ ନିମାପଡା ନିର୍ବାଚନମଣ୍ଡଳୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଟୋଲ ଟ୍ୟାକ୍ସ ଉଛେଦ ଦାବିରେ ଦୁଇ ନିର୍ବାଚନମଣ୍ଡଳୀ ସ୍ତରୀୟ କମିଟି ଆଜି ପିପିଲି-କୋଣାର୍କ ରାସ୍ତାରେ ଧାରଣା ଦେଇଛି। ପିପିଲି -କୋଣାର୍କ ରାସ୍ତାର ବେଗୁନିଆ ଠାରେ ଟୋଲ ଗେଟ୍ ରହିଛି। ତେବେ କାକଟପୁର, ନିମାପଡା ଅଞ୍ଚଳରେ ରହୁଥିବା ଲୋକେ ମାତ୍ର ୧୧ କିଲୋମିଟର ପାଇଁ କାହିଁକି ଟ୍ୟାକ୍ସ ଦେବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଣୁ ଟ୍ୟାକ୍ସ […]

k

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 08:22 AM IST

କୋଣାର୍କ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟକୁ ନେଇ କାକଟପୁର ଓ ନିମାପଡା ନିର୍ବାଚନମଣ୍ଡଳୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଟୋଲ ଟ୍ୟାକ୍ସ ଉଛେଦ ଦାବିରେ ଦୁଇ ନିର୍ବାଚନମଣ୍ଡଳୀ ସ୍ତରୀୟ କମିଟି ଆଜି ପିପିଲି-କୋଣାର୍କ ରାସ୍ତାରେ ଧାରଣା ଦେଇଛି। ପିପିଲି -କୋଣାର୍କ ରାସ୍ତାର ବେଗୁନିଆ ଠାରେ ଟୋଲ ଗେଟ୍ ରହିଛି। ତେବେ କାକଟପୁର, ନିମାପଡା ଅଞ୍ଚଳରେ ରହୁଥିବା ଲୋକେ ମାତ୍ର ୧୧ କିଲୋମିଟର ପାଇଁ କାହିଁକି ଟ୍ୟାକ୍ସ ଦେବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଣୁ ଟ୍ୟାକ୍ସ ଉଚ୍ଛେଦ ନେଇ ସେମାନେ ଉଭୟ ରାଜ୍ୟ ଓ ପରିବହନ ବିଭାଗକୁ ଦାବିପତ୍ର ଦେଇଛନ୍ତି। ଦାବି ପୁରଣ ନହେଲେ ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିମାପଡା ବିଧାୟକ ସମିର ଦାସ କହିଛନ୍ତି।

Related story