ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

Ordigital Desk
• Published: Thursday, 09 November 2017
• , Updated: 09 November 2017, 08:48 AM IST

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ଡିସେମ୍ବର ମାସରେ ଆସୁଥିବା ଏହି ବିରଳ ସାମୁଦ୍ରିକ ଜୀବଙ୍କୁ କୋଣାର୍କ ଉପକୂଳରେ ମାସକ ପୂର୍ବରୁ ଦେଖିବାକୁ ମିଳିଛି। ଗତ ୭ ତାରିଖ ବିଳମ୍ବିତ ରାତିରେ କୁଆଁରପୁର ପ୍ରଜଜନ କେନ୍ଦ୍ର ନିକଟରେ ଗୋଟିଏ କଇଁଛ ଅଣ୍ଡା ଦେଉଥିବା ବନ ବିଭାଗ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚିଥିଲା। ସେମାନେ ସେଠାରୁ ଅଣ୍ଡା ଗୁଡ଼ିକୁ ସଂଗ୍ରହ କରିଥିଲେ। ଛୁଆ ଫୁଟିବା ପର୍ଯ୍ୟନ୍ତ ଅଣ୍ଡାଗୁଡ଼ିକୁ ହାଚେରିରେ ରଖାଯିବ। ଏବର୍ଷ ପାଗ ଅନୁକୂଳ ଥିବାରୁ ଅଧିକରୁ ଅଧିକ ସଂଖ୍ୟକ କଇଁଛ ଅଣ୍ଡାଦାନ କରିବାକୁ ଆସିବେ ବୋଲି କୋଣାର୍କ ରେଞ୍ଜର ଆଦିତ୍ୟ ମିଶ୍ର କହିଛନ୍ତି ।

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାକୁ ସୁରକ୍ଷା ଦେବାକୁ ବନ କର୍ମଚାରୀ କାମ ଆରମ୍ଭ କରିଦେଇଛନ୍ତି। ଏହା ସହ ଅଲିଭ ରିଡଲେଙ୍କ ଚଳପ୍ରଚଳ ସ୍ଥାନରେ ସତର୍କ ରହିବାକୁ ମତ୍ସଜୀବୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି।

କୋଣାର୍କ ଭଳି କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ଓ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣକୁ ମଧ୍ୟ ଅଣ୍ଡା ଦେବାକୁ ଗଭୀର ସମୁଦ୍ର ଭିତରୁ ହଜାର ହଜାର କଇଁଛ ଆସିଥାନ୍ତି। ଅଣ୍ଡା ଦେବାର ୪୫ରୁ ୬୦ ଦିନ ଭିତରେ ଛୁଆ ଫୁଟିଥାଏ। କେମିତି ସେ ଅଣ୍ଡାକୁ କୁକୁର ଓ ଅନ୍ୟ ଜନ୍ତୁଙ୍କ ଦାଉରୁ ରକ୍ଷା କରିହେବ ସେ ନେଇ ବନ ବିଭାଗ ପକ୍ଷରୁ ଉଦ୍ୟମ କାରାଯାଇଛି।

ଗତକାଲି ରାଜନଗର ବନଖଣ୍ଡ ଗହୀରମଥା ଶାସନପେଟାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।  ବିଶେଷକରି ମତ୍ସଜୀବୀଙ୍କୁ କିଭଳି ଡଙ୍ଗାଚାଳନା ବେଳେ ସାବଧାନ ରହିବାକୁ ପଡ଼ିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି।

Related story