ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ଏଣ୍ଡୋସ୍କୋପି ହେବ

କୋଣାର୍କ/ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ଏଣ୍ଡୋସ୍କୋପି ହେବ। କୋଣାର୍କ ମନ୍ଦିର ଭିତର ପଥର ଅବସ୍ଥା କିପରି ଅଛି ତାହା ଜାଣିବା ପାଇଁ ଏହି ଏଣ୍ଡୋସ୍କୋପି କରାଯିବ। ଏଥିପାଇଁ ଏଏସ୍‌ଆଇ ଓ ସେଣ୍ଟ୍ରାଲ ବିଲଡିଂ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିବିଆରଆଇ) ମିଳିତ ଭାବେ ପ୍ରକ୍ରିୟା ଆରମ୍ଭ କରିବାକୁ ସଜବାଜ ହେଉଛନ୍ତି। କୋଣାର୍କ ଜଗମୋହନରେ ଥିବା ଏକ ଝୁଲନ୍ତା ପଥରର ଚିତ୍ର ଓଟିଭିରେ ପ୍ରସାରଣ ପରେ ଏପରି ନିଷ୍ପତ୍ତି ନିଆଯାଇଛି। କୋଣାର୍କ ଭିତରେ କଣ ଅଛି ତାହା ଏବେ ରହସ୍ୟ ଘେରରେ […]

Konark_

Konark_

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 09:38 PM IST

Sports

Latest News

କୋଣାର୍କ/ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ଏଣ୍ଡୋସ୍କୋପି ହେବ। କୋଣାର୍କ ମନ୍ଦିର ଭିତର ପଥର ଅବସ୍ଥା କିପରି ଅଛି ତାହା ଜାଣିବା ପାଇଁ ଏହି ଏଣ୍ଡୋସ୍କୋପି କରାଯିବ। ଏଥିପାଇଁ ଏଏସ୍‌ଆଇ ଓ ସେଣ୍ଟ୍ରାଲ ବିଲଡିଂ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିବିଆରଆଇ) ମିଳିତ ଭାବେ ପ୍ରକ୍ରିୟା ଆରମ୍ଭ କରିବାକୁ ସଜବାଜ ହେଉଛନ୍ତି।

କୋଣାର୍କ ଜଗମୋହନରେ ଥିବା ଏକ ଝୁଲନ୍ତା ପଥରର ଚିତ୍ର ଓଟିଭିରେ ପ୍ରସାରଣ ପରେ ଏପରି ନିଷ୍ପତ୍ତି ନିଆଯାଇଛି।

କୋଣାର୍କ ଭିତରେ କଣ ଅଛି ତାହା ଏବେ ରହସ୍ୟ ଘେରରେ ରହିଛି। ଜଗମୋହନର ପଥର ଏବଂ ବିମ୍‌ର ଅବସ୍ଥା କିପରି ଅଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ଏ ସମ୍ପର୍କରେ ଜାଣିବା ପାଇଁ ମନ୍ଦିରର ଏଣ୍ଡୋସ୍କୋପି କରିବ ସିବିଆରଆଇ। ଏହା ସହିତ ମନ୍ଦିର ନିମ୍ନ ମାଟିରେ ଏକ ହୋଲ କରାଯାଇ ମନ୍ଦିରର ନିଅଁର ଦୃଢ଼ତା ପରଖାଯିବ। ନିଅଁ ପଥର କେତେଦୂର ପର୍ଯ୍ୟନ୍ତ ଯାଇଛି ତାହା ମଧ୍ୟ ଦେଖାଯିବ।

ସିବିଆରଆଇ ବୈଜ୍ଞାନିକ ଡ.ଏଚ୍‌ଏଲ ମିତ୍ତଲ କହିଛନ୍ତି,“ମନ୍ଦିରରୁ ପଥର ଏବେ ନା ୨୦ ବର୍ଷ ତଳେ ଖସିଛି ତାହାର ରେକର୍ଡ଼ କାହା ପାଖରେ ନାହିଁ। ତେଣୁ ମନ୍ଦିର ସ୍ଥିତି ଜାଣିବା ପାଇଁ ଏଣ୍ଡୋସ୍କୋପି କରାଯିବ।”

ଏଏସ୍‌ଆଇ ମନୁମେଣ୍ଟ ଡାଇରେକ୍ଟର ଡ.ଏକେ ପଟେଲ କହିଛନ୍ତି,“କୋଣାର୍କ ମନ୍ଦିରର ସ୍ଥିତି ଜାଣିବା ପାଇଁ ବୋର କରାଯିବ। ବୋର କଲେ ଜଣାପଡ଼ିବ ମନ୍ଦିର ପଥର କେତେ ଅଛି ଓ ଫାଉଣ୍ଡେସନ୍‌ କେତେ ପର୍ଯ୍ୟନ୍ତ ଯାଇଛି।”

ଅନ୍ୟପକ୍ଷରେ ମନ୍ଦିର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି କୋଣାର୍କ ସୁରକ୍ଷା ମଞ୍ଚ। ମଞ୍ଚର ସଭାପତି ରାମକୃଷ୍ଣ ମହାନ୍ତି କହିଛନ୍ତି,“କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତି ପରଖିବା ପାଇଁ ଲେଜର ସ୍କାନିଂ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ସେହି ରିପୋର୍ଟକୁ ସାଧାରଣରେ ପରିପ୍ରକାଶ କରାଯାଇନି। ଏବେ ପୁଣି ଥରେ  ସିବିଆରଆଇ ପକ୍ଷରୁ ଏଣ୍ଡୋସ୍କୋପି କରାଯିବାକୁ ଯୋଜନା କରାଯାଉଛି। ଏପରି ବାରମ୍ୱାର ସ୍କାନିଂ ଓ ଏଣ୍ଡୋସ୍କୋପି କରିବା ଦ୍ୱାରା ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି।”

କୋଣାର୍କ ମନ୍ଦିରରେ ଏଣ୍ଡୋସ୍କୋପି ବା ଆଭ୍ୟନ୍ତର ଯାଞ୍ଚ ରିପୋର୍ଟ ଏପ୍ରିଲ ସୁଦ୍ଧା ସିବିଆରଆଇ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାକୁ ପ୍ରଦାନ କରିବେ। ଏହା ପରେ ବାକି ମରାମତି କାର୍ଯ୍ୟ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story