ଧାରଣାରୁ ଉଠିଲେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଛାତ୍ର ଅଶାନ୍ତିର ଅନ୍ତ ଘଟିଛି। ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଧାରଣା ପ୍ରତ୍ୟାହାର କରିଛନ୍ତି। କୁଳପତିଙ୍କ ସହ ଛାତ୍ରଛାତ୍ରୀଙ୍କ ଆଲୋଚନା ପରେ ଧାରଣା ପ୍ରତ୍ୟାହାର ହୋଇଛି। ସୁନାବେଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀମାନେ ଧାରଣା ଚଲାଥିବା ବେଳେ ଆଜି ଲାଣ୍ଡିଗୁଡ଼ାସ୍ଥିତ ପୁରୁଣା କ୍ୟାମ୍ପସରେ ମଧ୍ୟ ଧାରଣାରେ ବସିଥିଲେ। ଧାରଣା ସମୟରେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ। ଧାରଣାରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଅସୁସ୍ଥ ହୋଇଥିଲେ। ସୂଚନାଯୋଗ୍ୟ, […]

koraput1

Rakesh Mallick
  • Published: Thursday, 05 April 2018
  • , Updated: 05 April 2018, 10:14 PM IST

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଛାତ୍ର ଅଶାନ୍ତିର ଅନ୍ତ ଘଟିଛି। ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଧାରଣା ପ୍ରତ୍ୟାହାର କରିଛନ୍ତି। କୁଳପତିଙ୍କ ସହ ଛାତ୍ରଛାତ୍ରୀଙ୍କ ଆଲୋଚନା ପରେ ଧାରଣା ପ୍ରତ୍ୟାହାର ହୋଇଛି।

ସୁନାବେଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀମାନେ ଧାରଣା ଚଲାଥିବା ବେଳେ ଆଜି ଲାଣ୍ଡିଗୁଡ଼ାସ୍ଥିତ ପୁରୁଣା କ୍ୟାମ୍ପସରେ ମଧ୍ୟ ଧାରଣାରେ ବସିଥିଲେ। ଧାରଣା ସମୟରେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ। ଧାରଣାରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଅସୁସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, କୁଳପତିଙ୍କୁ ହଟାଇବା ଦାବିରେ ଛାତ୍ର ଅଶାନ୍ତି ଲାଗି ରହିବାରୁ ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା। ଗତ ୨ ତାରିଖରେ ସାଇନ-ଏ-ଡାଏ ଉଠିଥିଲା। ୩ ତାରିଖରୁ କ୍ୟାମ୍ପସରେ ପାଠପଢା ଆରମ୍ଭ ହେବାର ଥିଲା। ହେଲେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ଛାତ୍ରଛାତ୍ରୀମାନେ ୬୦ ଦଫା ଦାବି ପୂରଣ ଲାଗି ଅଡ଼ି ବସିଥିଲେ।

Related story