କୋରାପୁଟ: ଦୀର୍ଘବର୍ଷ ଧରି କୋରାପୁଟ ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ବନ୍ଦୀ ଥିବା ଚାଷୀମୂଲିଆ ଆଦିବାସୀ ସଂଘ ସଦସ୍ୟଙ୍କ ମୁକ୍ତି ପାଇଁ ଦାବି ହେଉଛି । ଏ ନେଇ ନାରାୟଣପାଟଣା ଥାନା ଅନ୍ତର୍ଗତ ପ୍ରାୟ ୧୦ଟି ଗାଁର ରହୁଥିବା ଏହି ବନ୍ଦୀମାନଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ମିଥ୍ୟା ମୋକଦ୍ଦମାରେ ସେମାନଙ୍କ ପରିବାର ଲୋକଙ୍କୁ ଫସାଇ ଦିଆଯାଇଛି । ତେଣୁ ଏହି ମାମଲା ପ୍ରତ୍ୟାହାର ସହ ଶୀଘ୍ର ବିଚାର ପ୍ରକ୍ରିୟା ଶେଷ କରିବା ଓ ଜଲରେ ଥିବା ସେମାନ ପରିବାର ଲୋକଙ୍କୁ ସେମାନେ ଦାବି କରିଛନ୍ତି ।