କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ବିଧାୟକ ନିଜ ଫେସବୁକ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି।
କରୋନା ପଜିଟିଭ ଚିହ୍ନଟ ପରେ ବିଧାୟକ ଶ୍ରୀ ପାଢ଼ୀ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରାଇ ନେବା ପାଇଁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କୋରାପୁଟ ଜିଲ୍ଲାର ଟାଣୁଆ ବିଜେପି ନେତା ଜୟରାମ ପାଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ। ସେ ଏବେ ହୋମ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି।
ଏହାପୂର୍ବରୁ ନିଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଭୁବନେୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଖୋଲୁଛି ବାଂଲାଦେଶୀ ନାବାଳିକା ପେଡି; ପଞ୍ଝାରେ ଆଉ ଜଣେ ଦଲାଲ୍
ନବାଳିକାମାନେ ଅଭିଯୁକ୍ତ ସୁଲେମାନକୁ ଚିହ୍ନଟ କରିଛି। ଏହି ମାମଲାରେ ସୋମବାର କଟକ ସିଟି ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବା ସହ ଡାକ୍ତରଖାନାରେ ଡାକ୍ତରୀ ମାଇନା ହୋଇଛି।
Accident
ମଝି ରାସ୍ତାରେ ଦୁଇ ବାଇକ୍ ପିଟି ହେଲେ
ଲୋକେ ୩ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
Crime
ନାବାଳିକା ପୋଡ଼ି ମାମଲାରେ ଦମ୍ପତିଙ୍କ ସମେତ ୩ ଦଣ୍ଡିତ
୨୦୧୭ ମାର୍ଚ୍ଚ ୨୬ ତାରିଖରେ ୩ ଅଭିଯୁକ୍ତ ଯଥା ଚକ୍ରଧର ନାୟକ, ତାଙ୍କ ପତ୍ନୀ ଅନିମା ଓ କେୟାରଟେକର ଚିନ୍ତାମଣି ନାବାଳିକାଙ୍କୁ ଘରେ ପୂରାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।
Miscellaneous
ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି
ଗତ ତିନି ବର୍ଷରେ ୬୬୮ ଜଣଙ୍କୁ ମାରିଛି ହାତୀ, ୫ ବର୍ଷରେ ୨୨ ଜଣଙ୍କୁ ଖାଇଲାଣି କୁମ୍ଭୀର। ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
Miscellaneous
ଅତିରିକ୍ତ ବଜେଟରେ ୧୨ ହଜାର ୧୫୬ କୋଟି ଟଙ୍କା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ବ୍ୟବସ୍ଥା ଓ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।