ସୁଙ୍କି ବିସ୍ଫୋରଣ: ଆହତ ୫ ପୋଲିସ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଆହତ ୫ ପୋଲିସ୍‌ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ଆହତ ପୋଲିସ୍‌ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କା ପୋଲିସ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯିବ। ପ୍ରତି ଆହତ ପୋଲିସ୍‌ କର୍ମଚାରୀକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଆଜି ଏଡିଜି(ମୁଖ୍ୟାଳୟ) ସତ୍ୟଜିତ ମହାନ୍ତି ଏହି ସୂଚନା ଦେଇଛନ୍ତି। ଗତ ୧ ତାରିଖରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୮ ପୋଲିସ କର୍ମଚାରୀ ସହିଦ […]

koraput

Rakesh Mallick
  • Published: Sunday, 05 February 2017
  • , Updated: 05 February 2017, 08:12 PM IST

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଆହତ ୫ ପୋଲିସ୍‌ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ଆହତ ପୋଲିସ୍‌ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କା ପୋଲିସ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯିବ। ପ୍ରତି ଆହତ ପୋଲିସ୍‌ କର୍ମଚାରୀକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଆଜି ଏଡିଜି(ମୁଖ୍ୟାଳୟ) ସତ୍ୟଜିତ ମହାନ୍ତି ଏହି ସୂଚନା ଦେଇଛନ୍ତି।

ଗତ ୧ ତାରିଖରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ବିଶାଖାପାଟଣା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Related story