କୋରାପୁଟରେ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନରେ ଅର୍ଥ କାରବାର ହୋଇଛି: ଜୟରାମ ପାଙ୍ଗି

କୋରାପୁଟ: କୋରାପୁଟରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ହୋଇଛି। ଆଜି ଅନୁଷ୍ଠିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ଗଣ୍ଡଗୋଳ ପରେ ଜିଲ୍ଲା ସଭାପତି ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ଜଣାପଡୁଛି। ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନରେ ଅର୍ଥ କାରବାର ହୋଇଥିବା ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗି ଅଭିଯୋଗ ଆଣିଛନ୍ତି। ପାଙ୍ଗି କହିଛନ୍ତି,“ଡୁମୁରୀ ଖିଲଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ କରାଇ ନ ଦେବାକୁ ଅର୍ଥ କାରବାର ହୋଇଛି। ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ […]

bjdflag

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 07:36 PM IST

କୋରାପୁଟ: କୋରାପୁଟରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ହୋଇଛି। ଆଜି ଅନୁଷ୍ଠିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ଗଣ୍ଡଗୋଳ ପରେ ଜିଲ୍ଲା ସଭାପତି ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ଜଣାପଡୁଛି। ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନରେ ଅର୍ଥ କାରବାର ହୋଇଥିବା ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗି ଅଭିଯୋଗ ଆଣିଛନ୍ତି।

ପାଙ୍ଗି କହିଛନ୍ତି,“ଡୁମୁରୀ ଖିଲଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ କରାଇ ନ ଦେବାକୁ ଅର୍ଥ କାରବାର ହୋଇଛି। ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ତେଜେଶ୍ୱର ପରିଡା, ରବି ନାରାୟଣ ନନ୍ଦ, ଝିନ୍ନ ହିକକା ଏବଂ ପ୍ରଫୁଲ୍ଲ ପାଙ୍ଗି ଅର୍ଥ ନେଇ ଏହି ଷଡଯନ୍ତ୍ର କରିଛନ୍ତି। ରାଜ୍ୟସଭା ସାଂସଦ ଭାସ୍କର ରାଓ ଏହି ଅର୍ଥ କାରବାର କରିଛନ୍ତି।”

ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ କୋରାପୁଟ ଜିଲ୍ଲା ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଥିଲା। ଏଠାରେ ୨୯ଟି ଆସନରୁ ବିଜେପି ୨୪ଟିରେ ଜିତିଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ୩ ଜଣଙ୍କୁ ଚୟନ କରାଯାଇଥିଲା। ଦଳ ପକ୍ଷରୁ ଚିଟ୍‌ ମାଧ୍ୟମରେ ପ୍ରଭୁ ଜାଲିଙ୍କ ନାଁ ଉଠିବାରୁ ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହାକୁ ନେଇ ଅନୋନୀତ ହୋଇଥିବା ଅନ୍ୟତମ ପ୍ରାର୍ଥୀ ଡୁମୁରୀ ଖିଲ ଏବଂ ତାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ସେମାନେ ଦଳୀୟ ପତାକା ପୋଡିଥିଲେ।

ଏପରି ବିଶୃଙ୍ଖଳା ପାଇଁ ଡୁମୁରୀ ଖିଲଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

ବିଜେଡି ମୁଖପାତ୍ର ରବି ନାରାୟଣ ନନ୍ଦ କହିଛନ୍ତି,“ଅର୍ଥ କାରବାର ହୋଇଥିବା ଭଳି ଘଟଣା ଘଟିଥିବା ମୁଁ ଜାଣିନାହିଁ। ନବୀନ ବାବୁଙ୍କ ଆଶୀର୍ବାଦ ଓ ଦଳ ମଧ୍ୟରେ ସମସ୍ତେ ଯାହାକୁ ସମର୍ଥନ କରିବେ ତାକୁ ପ୍ରାର୍ଥୀ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।”

Related story