କୋରାପୁଟରେ ଖୋଲିଲା ମଣ୍ଡି, ଆରମ୍ଭ ହେଲା ଧାନ କିଣା

କୋରାପୁଟ: କୋରାପୁଟ ଜିଲ୍ଲାରେ ରବି ଫସଲ ପାଇଁ ଆଜି ଠାରୁ ଖୋଲିଛି ମଣ୍ଡି। ଆଉ ଆରମ୍ଭ ହୋଇଛି ଧାନ କିଣା। ଜିଲ୍ଲାରେ ୧୮ଟି ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ୧୭ଟି ମଣ୍ଡି ଖୋଲାଯାଇଛି। ଆସନ୍ତା ୪୫ ଦିନ ପର୍ଯ୍ୟନ୍ତ ମଣ୍ଡି ଗୁଡ଼ିକରେ ଧାନ କିଣା ଯିବ। ତେବେ ଚଳିତବର୍ଷ ପ୍ରତ୍ୟେକ ମଣ୍ଡିରେ ପ୍ରତିଦିନ ହଜାରେ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ନିଷ୍ପତ୍ତିକୁ ନେଇ ଚାଷୀମାନେ […]

dhanamandi

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 11:16 AM IST

କୋରାପୁଟ: କୋରାପୁଟ ଜିଲ୍ଲାରେ ରବି ଫସଲ ପାଇଁ ଆଜି ଠାରୁ ଖୋଲିଛି ମଣ୍ଡି। ଆଉ ଆରମ୍ଭ ହୋଇଛି ଧାନ କିଣା। ଜିଲ୍ଲାରେ ୧୮ଟି ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ୧୭ଟି ମଣ୍ଡି ଖୋଲାଯାଇଛି। ଆସନ୍ତା ୪୫ ଦିନ ପର୍ଯ୍ୟନ୍ତ ମଣ୍ଡି ଗୁଡ଼ିକରେ ଧାନ କିଣା ଯିବ। ତେବେ ଚଳିତବର୍ଷ ପ୍ରତ୍ୟେକ ମଣ୍ଡିରେ ପ୍ରତିଦିନ ହଜାରେ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ନିଷ୍ପତ୍ତିକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜୟପୁର ଉପଖଣ୍ଡର କୁମୁଲିପୁଟ, ଅନ୍ତା ଓ ଅନ୍ୟ କିଛି ମଣ୍ଡିରେ ଚାଷୀଙ୍କ ବିରୋଧ ଯୋଗୁଁ ଧାନ କିଣାଯାଇ ପାରିନଥିବାବେଳେ କୁନ୍ଦୁରା, ବୌପାରୀଗୁଡା, କୋଟପାଡ, ଜୟପୁର ଓ ବୋରିଗୁମ୍ମାରେ ସୁରଖୁରରେ ଧାନ କିଣା ଚାଲିଥିବା କ୍ରୟାକାରୀ ସଂସ୍ଥା କେସିସି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story