ହତ୍ୟା କରାଯାଇଛି, ଗଣଦୁଷ୍କର୍ମ ହୋଇନି

ନବରଙ୍ଗପୁର (ନବଘନ ବିଷୋଇ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଆସିଲା ଟ୍ୱିଷ୍ଟ୍‌। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ଦୁଷ୍କର୍ମ ପ୍ରମାଣ ନାହିଁ ବୋଲି ପୁଲିସ ଜଣାଇଥିବା ପରିବାର ଲୋକେ କହିଛନ୍ତି। ପୀଡ଼ିତାଙ୍କ ଦାଦା ଓ ପିଉସୀଙ୍କ ସୂଚନା ଅନୁଯାୟୀ, ଗତକାଲି DIG ସତ୍ୟବ୍ରତ ଭୋଇ ଓ ନବରଙ୍ଗପୁର ଏସ୍‌ପି ନୀତିନ କୁଶଳକର ପରିବାର ଲୋକଙ୍କ ଆଗରେ ପୋଷ୍ଟମର୍ଟମ ରିପୋର୍ଟ ପଢ଼ି ଶୁଣାଇ ଥିଲେ। ହେଲେ ଏଥିରେ ଦୁଷ୍କର୍ମ ନେଇ କୌଣସି ସୂଚନା […]

nabarangpur.jpg11333333333

Manoranjan Sial
  • Published: Tuesday, 31 December 2019
  • , Updated: 31 December 2019, 03:37 PM IST

ନବରଙ୍ଗପୁର (ନବଘନ ବିଷୋଇ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଆସିଲା ଟ୍ୱିଷ୍ଟ୍‌। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ଦୁଷ୍କର୍ମ ପ୍ରମାଣ ନାହିଁ ବୋଲି ପୁଲିସ ଜଣାଇଥିବା ପରିବାର ଲୋକେ କହିଛନ୍ତି।

ପୀଡ଼ିତାଙ୍କ ଦାଦା ଓ ପିଉସୀଙ୍କ ସୂଚନା ଅନୁଯାୟୀ, ଗତକାଲି DIG ସତ୍ୟବ୍ରତ ଭୋଇ ଓ ନବରଙ୍ଗପୁର ଏସ୍‌ପି ନୀତିନ କୁଶଳକର ପରିବାର ଲୋକଙ୍କ ଆଗରେ ପୋଷ୍ଟମର୍ଟମ ରିପୋର୍ଟ ପଢ଼ି ଶୁଣାଇ ଥିଲେ। ହେଲେ ଏଥିରେ ଦୁଷ୍କର୍ମ ନେଇ କୌଣସି ସୂଚନା ନାହିଁ ବୋଲି ଡିଆଇଜି କହିଥିବା ପୀଡ଼ିତାଙ୍କ ଦାଦା ଅଭିଯୋଗ କରିଛନ୍ତି। ରିପୋର୍ଟରେ କେବଳ ହତ୍ୟା ନେଇ ସ୍ପଷ୍ଟ ହୋଇଛି।

ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଛି। ତେଣୁ ପୋଷ୍ଟମଟର୍ମ ରିପୋର୍ଟ ଠିକ୍‌ ନଥିବା ଦାଦା ଓ ପିଉସୀ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ଦାଦା କହିଛନ୍ତି-“ଡିଆଇଜି ପୀଡ଼ିତାଙ୍କ ମୃତଦେହ ଓ ଡ୍ରେସ୍‌ ପଡ଼ିଥିବା ସ୍ଥାନ ଦେଖି ଯାଇଥିଲେ। ଏବେ କହୁଛନ୍ତି ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ନାହିଁ। ଏହି ରିପୋର୍ଟ ଉପରେ ଆମର ଭରସା ନାହିଁ। ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଝିଅକୁ ଦୁଷ୍କର୍ମ କରି ମାରି ଫିଙ୍ଗି ଦିଆଯାଇଛି।”

ତେବେ ଏ ନେଇ ନବରଙ୍ଗପୁର SP କିମ୍ବା DIG ସତ୍ୟବ୍ରତ ଭୋଇଙ୍କ ପ୍ରତିକ୍ରିୟା ମିଳିପାରିନି।

ଗତ ୧୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ରାତି ପ୍ରାୟ ୭ରୁ ୮ଟା ଭିତରେ ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ରାତିରେ ତାଙ୍କୁ ବହୁ ଖୋଜିଥିଲେ। ମାତ୍ର ପାଇନଥିଲେ। ତା’ପର ଦିନ ଅର୍ଥାତ ୧୪ ତାରିଖ ସକାଳେ ଘରଠାରୁ ୫୦୦ ମିଟର ଦୂରରେ ବିଲ ଭିତରେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହ ପାଖରେ ହଳେ ଚପଲ ଓ ୨୦୦ ମିଟର ଦୂରରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡ଼ିଥିଲା। ନାବାଳିକାଙ୍କ ପାଟିରୁ ରକ୍ତ ବାହାରି ଥିବାରୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related story