ପିପିଲି: ପିପିଲି ସ୍ଥିତ ପମ୍ପସରା ପଞ୍ଚାୟତର କୌଶଲ୍ୟାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ଶିକ୍ଷୟିତ୍ରୀଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆସିଛି। ଦୁଇ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ଅନୁସୂଚିତ ଜାତି ବର୍ଗର ୨୭ ଜଣ ଛାତ୍ରଛାତ୍ରୀ। ଏହି ଶିକ୍ଷୟିତ୍ରୀ ଦୁଇଜଣ ଜାତିଆଣ ଆକ୍ଷେପ କରିବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଛନ୍ତି। ଛାତ୍ରଛାତ୍ରୀମାନେ ପୁରୀ ଆମ୍ବେଡକର ସ୍ମୃତି ପରିଷଦ ଜରିଆରେ ଆସି ଥାନାରେ ଅଭିଯୋଗ କରିଥିଲେ । ସେପଟେ ଅଭିଯୋଗକୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦୁଇଜଣ ଖଣ୍ଡନ କରିଛନ୍ତି। ଏ ନେଇ ଏସଡିପିଓ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଆଇନ ଅନୁସାରେ ପଦକ୍ଷେପ ନିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।
Miscellaneous
ଆଜିଠୁ ଖୋଲିବ ଧାନମଣ୍ଡି, ଆଉ ରହିବନି ଟୋକନ୍ ଟେନସନ୍
ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Miscellaneous
ଏଥର ମଣ୍ଡି ଜଗିବେ ମନ୍ତ୍ରୀ-ଅଫିସର, ସାବାଡ୍ ହେବେ ଦଲାଲ୍
କାଲିଠୁ ବରଗଡ଼ ଓ ୨୧ରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରୁ ମୁକ୍ତି ପାଇବେ ଚାଷୀ। ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସର ଜଗିବେ ମଣ୍ଡି।