ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ଆଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଆଦି ସ୍ଥାନରେ ଦଳ ଆନ୍ଦୋଳନକୁ ଓହ୍ଲାଇବ। କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଏଯାଏଁ ହାଇକୋର୍ଟଙ୍କ ପାଖକୁ ସରକାର ଚିଠି ଲେଖି ନ ଥିବା କଂଗ୍ରେସ ଅଭିଯୋଗ କରିଛି। ସେହିଭଳି ତଦନ୍ତକୁ ବାଟବଣା କରିବାକୁ ସରକାର ପ୍ରୟାସ କରୁଥିବା କଂଗ୍ରେସ ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ଅଭିଯୋଗ କରିଛନ୍ତି।</p> <p>ବିଜେଡି ଏହାର ଜବାବ ରଖିଛି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଏସ୍ଆଇଟି ତଦନ୍ତ ସମ୍ପର୍କରେ ସରକାର ସମସ୍ତ ଡକ୍ୟୁମେଣ୍ଟ ହାଇକୋର୍ଟକୁ ଦେଇସାରିଛନ୍ତି।</p> <p>ଗତ ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲି ପୀଡିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୨ମାସ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ପୀଡିତା। ଗତ ଜାନୁଆରୀ ୨୨ ତାରିଖରେ ପୀଡିତା ଆତ୍ମହତ୍ୟା କରିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।