କୁନ୍ଦୁଲି ଘଟଣା: ରାଜଧାନୀରେ କଂଗ୍ରେସ କରିବ ପ୍ରତିବାଦ

Ordigital Desk
  • Published: Monday, 19 February 2018
  • , Updated: 19 February 2018, 08:58 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ଆଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଆଦି ସ୍ଥାନରେ ଦଳ ଆନ୍ଦୋଳନକୁ ଓହ୍ଲାଇବ। &nbsp;କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଏଯାଏଁ ହାଇକୋର୍ଟଙ୍କ ପାଖକୁ ସରକାର ଚିଠି ଲେଖି ନ ଥିବା କଂଗ୍ରେସ ଅଭିଯୋଗ କରିଛି। ସେହିଭଳି ତଦନ୍ତକୁ ବାଟବଣା କରିବାକୁ ସରକାର ପ୍ରୟାସ କରୁଥିବା କଂଗ୍ରେସ ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ଅଭିଯୋଗ କରିଛନ୍ତି।</p> <p>ବିଜେଡି ଏହାର ଜବାବ ରଖିଛି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଏସ୍ଆଇଟି ତଦନ୍ତ ସମ୍ପର୍କରେ ସରକାର ସମସ୍ତ ଡକ୍ୟୁମେଣ୍ଟ ହାଇକୋର୍ଟକୁ ଦେଇସାରିଛନ୍ତି।</p> <p>ଗତ ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲି ପୀଡିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୨ମାସ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ପୀଡିତା। ଗତ ଜାନୁଆରୀ ୨୨ ତାରିଖରେ ପୀଡିତା ଆତ୍ମହତ୍ୟା କରିଥିଲେ।</p>

Related story