‘କୁନ୍ଦୁଲି ଘଟଣାକୁ ଚପାଇ ଦେବାକୁ ତୃତୀୟ ମହଲାରେ ହୋଇଥିଲା ଷଡ଼ଯନ୍ତ୍ର’

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ବିଜେପି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଏହି ଘଟଣାକୁ ଚପାଇ ଦେବାକୁ ତୃତୀୟ ମହଲାରେ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଦଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ପୀଡ଼ିତାଙ୍କ ଗାଁରୁ ବିଜେପି ଟିମ୍ ତଦନ୍ତ କରି ଫେରିଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ରାଜ୍ୟ ପୋଲିସ ମୂଳରୁ ତଦନ୍ତକୁ ବାଟବଣା କରିବା ପାଇଁ ଷଡଯନ୍ତ୍ର କରିଥିଲା। ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ପୋଲିସ ଡିଜିଙ୍କ ବିନା ସହମତିରେ ରାଜ୍ୟ ଫୋରେନସିକ୍ ଲାବୋରେଟାରୀର ରିପୋର୍ଟ ବଦଳିବା ସମ୍ଭବ ନୁହେଁ।”

ସେ ଆହୁରି କହିଛନ୍ତି,“ସରକାର ଜାଣିଶୁଣି ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଚାପିଦେଲେ। ଗଣଦୁଷ୍କର୍ମ ହୋଇନଥିବା କହି ପୀଡ଼ିତାଙ୍କୁ ମାନସିକ ଯନ୍ତ୍ରଣା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତାଙ୍କ ଗାଁକୁ ଯାଇ ତାଙ୍କ ପରିବାର, ଗ୍ରାମବାସୀ, ସ୍କୁଲର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲା।

Ordigital Desk
• Published: Saturday, 27 January 2018
• Updated: 27 January 2018, 01:00 PM IST

Sports

Latest News

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ବିଜେପି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଏହି ଘଟଣାକୁ ଚପାଇ ଦେବାକୁ ତୃତୀୟ ମହଲାରେ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଦଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ପୀଡ଼ିତାଙ୍କ ଗାଁରୁ ବିଜେପି ଟିମ୍ ତଦନ୍ତ କରି ଫେରିଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ରାଜ୍ୟ ପୋଲିସ ମୂଳରୁ ତଦନ୍ତକୁ ବାଟବଣା କରିବା ପାଇଁ ଷଡଯନ୍ତ୍ର କରିଥିଲା। ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ପୋଲିସ ଡିଜିଙ୍କ ବିନା ସହମତିରେ ରାଜ୍ୟ ଫୋରେନସିକ୍ ଲାବୋରେଟାରୀର ରିପୋର୍ଟ ବଦଳିବା ସମ୍ଭବ ନୁହେଁ।”

ସେ ଆହୁରି କହିଛନ୍ତି,“ସରକାର ଜାଣିଶୁଣି ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଚାପିଦେଲେ। ଗଣଦୁଷ୍କର୍ମ ହୋଇନଥିବା କହି ପୀଡ଼ିତାଙ୍କୁ ମାନସିକ ଯନ୍ତ୍ରଣା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତାଙ୍କ ଗାଁକୁ ଯାଇ ତାଙ୍କ ପରିବାର, ଗ୍ରାମବାସୀ, ସ୍କୁଲର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos