କାନ୍ଦୁଛି କୁନ୍ଦୁଲି : ପୀଡ଼ିତାଙ୍କ ସ୍ୱର ଦବେଇ ଦେଲା କି ପୋଲିସ ?
କୋରାପୁଟ: କୋରାପୁଟ କୁନ୍ଦୁଲି ନାବାଳିକାଙ୍କ ସହ ହୋଇନି ଗଣଦୁଷ୍କର୍ମ । ଆଜି ଏହି ଖୁଲାସା କରିଛନ୍ତି HRPC ଏଡିଜି ମହେନ୍ଦ୍ର ପ୍ରତାପ । ଚିକିତ୍ସା କରିଥିବା ଡାକ୍ତର ଓ ବିଶେଷଜ୍ଞଙ୍କ ରିପୋର୍ଟ ଅଧାରରେ ସେ ଏହି ତଥ୍ୟ ଦେଇଛନ୍ତି । ନାବାଳିକାଙ୍କ ସହ କୌଣସି ପ୍ରକାର ଦୁଷ୍କର୍ମ ହୋଇ ନ ଥିବା ସେ କହିଛନ୍ତି । ତେବେ ଏଭଳି ତଥ୍ୟକୁ ନେଇ ଡାକ୍ତରୀ ରିପୋର୍ଟ ଏବଂ ପୋଲିସର ତଦନ୍ତ ପ୍ରକ୍ରିୟା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ନାବାଳିକାଙ୍କ ପରିବାର ଲୋକେ।
କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଟୁଇଷ୍ଟ । ଘଟଣାକୁ ନେଇ ଲାଗି ରହିଥିବା ସସ୍ପେନସ ଉପରୁ ପରଦା ହଟାଇଛନ୍ତି ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପ।  ନବମ ଶ୍ରେଣୀର ଏହି ଛାତ୍ରୀଙ୍କ ସହ କୌଣସି ପ୍ରକାର ଦୁଷ୍କର୍ମ ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତିା  ପୀଡ଼ିତାଙ୍କୁ ଚିକିତ୍ସା କରିଥିବା ଡାକ୍ତର, କୋରାପୁଟ ଓ ଏମକେସିଜି ବିଶେଷଜ୍ଞଙ୍କ ତଥ୍ୟ ଆଧାରରେ ସେ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କିତ ରିପୋର୍ଟ ଓଡ଼ିଶା ମାନବାଧିକାର କମିଶନଙ୍କୁ ଦିଆଯାଇଛି । ଏଥିରେ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ନ ଥିବା ନେଇ ଦର୍ଶାଇଥିବା କହିଛନ୍ତି ଏଚଆରପିସି ଏଡିଜି । ଏପଟେ ନାବାଳିକାଙ୍କ ବୟାନ ମେଡ଼ିକାଲ ରିପୋର୍ଟ ସହ ଆଦୌ ଖାପ ଖାଉନି ବୋଲି କୋରାପୁଟ ଏସପି କହିଛନ୍ତି।
ଅନ୍ୟପଟେ ଏଚ୍ଆରପିସି ଏଡିଜିଙ୍କ ଏହି ଖୁଲାସା ପରେ ଛିଡା ହୋଇଛି ଅନେକ ପ୍ରଶ୍ନ।  ଯଦି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ମିଛ, ତେବେ ତାଙ୍କୁ ଏତେ ଦିନ ଧରି ମେଡ଼ିକାଲରେ ରଖାଗଲା କାହିଁକି।  ପୋଲିସ ୨୮ଦିନ ଧରି କି ତଦନ୍ତ କରୁଥିଲା ସେହିପରି ଗଣଦୁଷ୍କର୍ମ ମାମଲାରେ ସୁରକ୍ଷାକର୍ମୀ ସଂପୃକ୍ତ ଥାଇପାରନ୍ତି ବୋଲି ବିଜେଡି ନେତା ବିଷ୍ଣୁ ଦାସ କହିଲେ କେମିତି? ମୋଟ ଉପରେ ନାବାଳିକା ଓ ତାଙ୍କ ପରିବାର ଏଭଳି ଅଭିଯୋଗ ଆଣିଲେ କାହିଁକି ? ତାହା ବର୍ତ୍ତମାନର ସବୁଠୁ ବଡ଼ ପଶ୍ନ।  ପୋଲିସ ଓ ପ୍ରଶାସନକୁ ହରଡ଼ ଘଣାରେ ପକାଇଥିବା ନାବାଳିକା ଓ ତାଙ୍କ ପରିବାର ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ? ତାକୁ ନେଇ ବି ଚାଲିଛି ଚର୍ଚ୍ଚା। ଏସବୁ ଭିତରେ ମେଡିକାଲ ରିପୋର୍ଟ ଓ ପୋଲିସ ତଦନ୍ତ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ନାବାଳିକାଙ୍କ ପରିବାର।  ଘଟଣା ପଛରେ ସୁରକ୍ଷାକର୍ମୀ ସଂପୃକ୍ତ ଥିବାରୁ ଏହା ପୋଲିସ ଓ ପ୍ରଶାସନର ଷଡଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତିା
ସେପଟେ ଘଟଣା ପଛରେ ସୁରକ୍ଷାକର୍ମୀଙ୍କ ସଂପୃକ୍ତି ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୋଲିସ ଡିଜି ଆର୍.ପି.ଶର୍ମା। ଘଟଣା ଘଟିଥିବା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ କୌଣସି ଚଳ ପ୍ରଚଳ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
Ordigital Desk
• Published: Tuesday, 07 November 2017
• Updated: 07 November 2017, 09:45 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos