କୃତ୍ରିମ ଉପାୟରେ ଜନ୍ମ ହେଲେ ୨୪ ଅଜଗର ଛୁଆ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ରେଢାଖୋଲ ରାମପୁର ବନାଞ୍ଚଳରେ କୃତ୍ରିମ ଉପାୟରେ ଅଜଗର ଅଣ୍ଡା ଫୁଟାଯାଇଛି। ୨୪ଟି ଅଣ୍ଡାରୁ ବାହାରିଛନ୍ତି ଛୁଆ। ଅଣ୍ଡାରୁ ଛୁଆ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା କୃତ୍ରିମ ଉପାୟରେ କରାଯାଇଛି। ବନ ବିଭାଗ ତତ୍ତ୍ୱାବଧାନରେ ଏହି ପୂରା ପ୍ରକ୍ରିୟା ହୋଇଥିଲା, ଯାହା ବିରଳ। କିଛିଦିନ ପୂର୍ବେ ରେଢାଖୋଲର ଦେହୁରିସାହି ନିକଟରେ ଏକ ଅଜଗର ସାପ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସାପଟିକୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବନ ବିଭାଗ ୨୮ଟି […]

ajagar1

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 07:42 PM IST

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ରେଢାଖୋଲ ରାମପୁର ବନାଞ୍ଚଳରେ କୃତ୍ରିମ ଉପାୟରେ ଅଜଗର ଅଣ୍ଡା ଫୁଟାଯାଇଛି। ୨୪ଟି ଅଣ୍ଡାରୁ ବାହାରିଛନ୍ତି ଛୁଆ। ଅଣ୍ଡାରୁ ଛୁଆ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା କୃତ୍ରିମ ଉପାୟରେ କରାଯାଇଛି। ବନ ବିଭାଗ ତତ୍ତ୍ୱାବଧାନରେ ଏହି ପୂରା ପ୍ରକ୍ରିୟା ହୋଇଥିଲା, ଯାହା ବିରଳ।

କିଛିଦିନ ପୂର୍ବେ ରେଢାଖୋଲର ଦେହୁରିସାହି ନିକଟରେ ଏକ ଅଜଗର ସାପ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସାପଟିକୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବନ ବିଭାଗ ୨୮ଟି ଅଣ୍ଡାସହ ସାପଟିକୁ ଜଙ୍ଗଲରେ ଛାଡି ଦେଇଥିଲେ। ପରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ସେଠାରେ ପହଞ୍ଚି ଥିଲେ। ସେ ସମୟରେ ସାପଟି ସେଠାରେ ନ ଥିଲା। ଏ ନେଇ ଶୁଭେନ୍ଦୁ ବନ ବିଭାଗକୁ ଜଣାଇଥିଲେ। ପରେ ବନ ବିଭାଗ ପକ୍ଷରୁ ଅଣ୍ଡାଗୁଡିକ ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଫୁଟାଇବାକୁ ପ୍ରୟାସ କରାଯାଇଥିଲା। ଯତ୍ନର ସହ ଅଣ୍ଡାଗୁଡିକୁ ରାମପୁର ଉପବନାଞ୍ଚଳ ଅଧିକାରୀଙ୍କ ଅଫିସରେ ଉପଯୁକ୍ତ ତାପମାତ୍ରା ଓ ଆଦ୍ରତାରେ ରଖାଯାଇଥିଲା। ବନ ବିଭାଗର ଏହି ପ୍ରୟାସ ସଫଳ ହୋଇଥିବା ବେଳେ ୨୮ଟି ଅଣ୍ଡ ଭିତରୁ ୨୪ଟିରୁ ଛୁଆ ଫୁଟିଛନ୍ତି।

Related story