ସ୍ମିତାରାଣୀ ମର୍ଡ଼ର ପଛରେ ରାମକୋର ଜମି କେଳେଙ୍କାରୀ: ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାମକୋ ସିମେଣ୍ଟ୍‌ ବେଆଇନ୍‌ ଭାବେ ମାଡି ବସିଛି ଶହଶହ ଏକର ଜମି। ଏହି ଜମିକୁ ଆଇନ୍‌ ସମ୍ମତ କରିବା ପାଇଁ ରାମକୋ କର୍ତ୍ତୃପକ୍ଷ ଓ ଶାସକ ଦଳ ଆରୁହା ପଞ୍ଚାୟତର ପିଇଓ ସ୍ମିତାରାଣୀଙ୍କ ଉପରେ ଚାପ ପକାଉଥିଲେ। ମାତ୍ର ସେ ରାଜ ନହେବାରୁ ତାଙ୍କୁ ରଙ୍ଗଶାଳାରେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି। ଆଜି ଏପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି-“ସିମେଣ୍ଟ କାରଖାନା ପ୍ରତିଷ୍ଠା ପାଇଁ ରାମକୋକୁ […]

PC_Smitarani-Murder_

PC_Smitarani-Murder_

Manoranjan Sial
  • Published: Wednesday, 18 December 2019
  • Updated: 18 December 2019, 10:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାମକୋ ସିମେଣ୍ଟ୍‌ ବେଆଇନ୍‌ ଭାବେ ମାଡି ବସିଛି ଶହଶହ ଏକର ଜମି। ଏହି ଜମିକୁ ଆଇନ୍‌ ସମ୍ମତ କରିବା ପାଇଁ ରାମକୋ କର୍ତ୍ତୃପକ୍ଷ ଓ ଶାସକ ଦଳ ଆରୁହା ପଞ୍ଚାୟତର ପିଇଓ ସ୍ମିତାରାଣୀଙ୍କ ଉପରେ ଚାପ ପକାଉଥିଲେ। ମାତ୍ର ସେ ରାଜ ନହେବାରୁ ତାଙ୍କୁ ରଙ୍ଗଶାଳାରେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି। ଆଜି ଏପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର।

ସେ କହିଛନ୍ତି-“ସିମେଣ୍ଟ କାରଖାନା ପ୍ରତିଷ୍ଠା ପାଇଁ ରାମକୋକୁ ରାଜ୍ୟ ସରକାର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତରେ ୧୫୨ ଏକର ଜମି ଦେଇଥିଲେ। ଏହାଛଡ଼ା ରାମକୋ ଆହୁରି ଶହ ଶହ ଏକର ଜମି ମାଡି ବସିଥିଲା। ଏଥିରେ ରହିଛି ଶ୍ମଶାନ ଜମି, ଗୋଚର ଜମି, ଅନାବଦି ଜମି, ଦେବୋତ୍ତର ଜମି ଓ ଜଙ୍ଗଲ କିସମ ଜମି। ଏହି ସମସ୍ତ ଜମି ସ୍ମିତାରାଣୀ ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ନିଜ ଗୃହ ପଞ୍ଚାୟତରେ ଆସୁଛି। ଏହି ସମସ୍ତ ବେଆଇନ୍‌ ଜବରଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି।”

ଡ. ସାମନ୍ତସିଂହାର କହିଛନ୍ତି-“ରାମକୋ ସିମେଣ୍ଟ କମ୍ପାନୀର ମାଲିକ ଜଣେ ତାମିଲ। ତାଙ୍କର ସିଧାସଳଖ ସଂପର୍କ ତୃତୀୟ ମହଳାର ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହ ରହିଛି। ସେଥିଲାଗି ଜିଲ୍ଲା ପ୍ରଶାସନ ସବୁ ଆଇନ୍‌ କାନୁନକୁ ଅଣଦେଖା କରିଛି। ଇମାମୀ ଓ ଅନ୍ୟାନ୍ୟ ସିମେଣ୍ଟ କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଗ୍ରାମସଭା ହୋଇଥିଲା। ମାତ୍ର ରାମକୋ ପାଇଁ କାହିଁକି ଗ୍ରାମ ସଭା କରାଗଲା ନାହିଁ ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା ? ଜିଲ୍ଲାରେ ଜିଲ୍ଲାପାଳ, ଏସ୍‌ପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ ଥିବାସତ୍ତ୍ୱେ ରାମକୋ ବେଆଇନ ଭାବେ ଶହ ଶହ ଏକର ଜମି କିପରି ଜବରଦଖଲ କଲା?”

ସେ ଆହୁରି କହିଛନ୍ତି-“ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ରୂପେଶ ଭଦ୍ର ଓ ବିଜେଡିର ଅନ୍ୟ ନେତାମାନେ ପିଇଓ ସ୍ମିତାରାଣୀଙ୍କ ଉପରେ ଚାପ ପକାଉଥିଲେ। ଏମିତିକି ପଞ୍ଚାୟତର ଅଧିକାରୀଙ୍କୁ ଭାଇଜାକ ଓ ମୁମ୍ବାଇ ଭଳି ସହରକୁ ନେଇ ଆପ୍ରାୟିତ କରିବା ପାଇଁ ଚେଷ୍ଟା କରାଯାଉଥିଲା। ହେଲେ ସ୍ମିତାରାଣୀ ଏହି ଷଡ଼ଯନ୍ତ୍ରରେ ସାମିଲ ନହେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାମକୋ ଜମି ଜବରଦଖଲ ମାମଲାରେ ବେଆଇନ କାମ କରିବାକୁ ରାଜି ନହେବାରୁ ତାଙ୍କୁ ରଙ୍ଗଶାଳାଠାରେ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସ୍ମିତାରାଣୀ ମୃତ୍ୟୁ ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସମେତ ଆଉ ୪ ଜଣ ବିଜେଡିର ନିର୍ବାଚିତ ପ୍ରତିନିଧି ଓ ଜଣେ ରାମକୋ ଅଧିକାରୀ ଉପସ୍ଥିତ ଥିଲେ। ସ୍ମିତାରାଣୀର ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିବା ଯାଜପୁର ଏସ୍‌ପି ଚରଣ ସିଂହ ମୀନା କ’ଣ ପାଇଁ ରାମକୋ ଅଧିକାରା ଓ ଅନ୍ୟାନ୍ୟ ଉପସ୍ଥିତ ବିଜେଡିର ନିର୍ବାଚିତ ପ୍ରତିନିଧୀଙ୍କୁ ତଦନ୍ତ ପରିସର ଭୃକ୍ତ କରିନାହାଁନ୍ତି।?

ସେ ଆହୁରି କହିଛନ୍ତି-“ବିଜେଡି ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ ସ୍ମିତାରାଣୀଙ୍କୁ ବଳି ପକାଇଛି। ରାମକୋର ବେଆଇନ ଜମି ଜବର ଦଖଲ ଓ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ଭୂମିକାକୁ ତଦନ୍ତ ପରିସର ଭୃକ୍ତ କରାଯାଉ। ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ନିବିଡ ଭାବେ ସଂପୃକ୍ତ ଅଛନ୍ତି। ଦୋଷୀମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଯାଇଛି। ତେଣୁ କେବଳ ସିବିଆଇ ତଦନ୍ତ ହେଲେ ଘଟଣାର ପର୍ଦ୍ଦାଫାଶ ହେବା ସହ ସ୍ମିତାରାଣୀ ଓ ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos