ମିଳିଲା ଜଗବନ୍ଧୁଙ୍କ ଡାଏରୀ, ଖୋଲିବ କି ନାଗୁଣୀର ପେଡ଼ି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ନାଗଫାଶରେ ଛନ୍ଦିହେଲା ସ୍ୱାମୀ ଜଗବନ୍ଧୁ ଚାନ୍ଦ। ରାଜ୍ୟ ରାଜନୀତିର ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ବାବୁଙ୍କ ଆଶୀର୍ବାଦରେ କଳାଟଙ୍କାର ପାହାଡ଼ ଛିଡ଼ା କରାଇଥିବା ଅନ୍ୟତମ ଭାଗୁଆଳିକୁ ବାନ୍ଧିଲା କମିଶନରେଟ୍‌ ପୁଲିସ୍‌। ଯାହା ବିରୋଧରେ ଲାଗିଛି ଷୋହଳ ଷୋହଳଟି ଦଫା। ତାଙ୍କଠାରୁ ପୁଲିସ୍‌ ଗୋଟିଏ ଡାଏରୀ, ୪ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍‌ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ଗତ […]

Chand-and-Naga-couple

  • Published: Friday, 21 October 2022
  • , Updated: 30 December 2022, 05:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ନାଗଫାଶରେ ଛନ୍ଦିହେଲା ସ୍ୱାମୀ ଜଗବନ୍ଧୁ ଚାନ୍ଦ। ରାଜ୍ୟ ରାଜନୀତିର ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ବାବୁଙ୍କ ଆଶୀର୍ବାଦରେ କଳାଟଙ୍କାର ପାହାଡ଼ ଛିଡ଼ା କରାଇଥିବା ଅନ୍ୟତମ ଭାଗୁଆଳିକୁ ବାନ୍ଧିଲା କମିଶନରେଟ୍‌ ପୁଲିସ୍‌। ଯାହା ବିରୋଧରେ ଲାଗିଛି ଷୋହଳ ଷୋହଳଟି ଦଫା। ତାଙ୍କଠାରୁ ପୁଲିସ୍‌ ଗୋଟିଏ ଡାଏରୀ, ୪ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍‌ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

ଗତ ୬ ତାରିଖରେ ଅର୍ଚ୍ଚନା ନାଗକୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୁଲିସ। ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ ରହିଥିଲା। ଉଭୟଙ୍କ ନାଁରେ ପୀଡ଼ିତାଙ୍କୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଆଦାୟ ଆଦି ଅଭିଯୋଗ ରହିଥିଲା। ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍‌ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି। ସେପଟେ ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ହୋଇଥିବା ଡିସିପି ସୂଚନା ଦେଇଛନ୍ତି। ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି। ଉଭୟଙ୍କ ଆକାଉଣ୍ଟ ଟ୍ରାନଜାକ୍ସନର ତଥ୍ୟ RBIକୁ ମାଗାଯାଇଥିଲା। ସେମାନେ କେଉଁଠୁ ଟଙ୍କା ଆଣୁଥିଲେ? କାହାକୁ ଦେଉଥିଲେ? ସେସବୁର ତଦନ୍ତ ଚାଲିଛି। ଆଗକୁ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି।

[caption id="attachment_775542" align="aligncenter" width="650"] ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ନିଆଯାଉଛି[/caption]

ଆଜି ଭୋର୍‌ ସମୟରେ କମିଶନରେଟ୍‌ ପୁଲିସର ୨୦ ଜଣିଆ ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଆଲିସାନ କୋଠାରେ ଚଢ଼ଉ କରିଥିଲା। ଆଉ ସେହି ଘରୁ ଉଠାଇ ଆଣି ଗିରଫ କରିଥିଲା ପୁଲିସ। ଗିରଫଦାରୀ ପୂର୍ବରୁ ଆଗୁଆ ଜାମିନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ ଜଗବନ୍ଧୁର ଓକିଲ। ଆଜି ପୂର୍ବାହ୍ନ ୧୧ଟା ୪୭ ମିନିଟ୍‌ରେ ଜାମିନ ଆବେଦନ ଫାଇଲ୍‌ ହୋଇଥିବାବେଳେ ତା’ପୂର୍ବରୁ ଅର୍ଥାତ ଆଜି ଭୋରରୁ ଜଗବନ୍ଧୁକୁ ପୁଲିସ ଘରୁ ଉଠାଇ ଆଣିଥିଲା। ତେଣୁ ଚର୍ଚ୍ଚା ହେଉଛି, ଆଗୁଆ ଜାମିନ ଆବେଦନର ଗନ୍ଧ ବାରି ପୁଲିସ ଆଗୁଆ ଗିରଫ କରିଥିଲା ଜଗବନ୍ଧୁକୁ। ଗିରଫ କରି ଜଗବନ୍ଧୁଙ୍କୁ ମେଡ଼ିକାଲ୍ ନେବା ବେଳେ ସେ ଅସୁସ୍ଥ ଥିବା ଦେଖିବାକୁ ମିଳିଛି। ତାଙ୍କ ତଣ୍ଟି ପାଖରେ ଏକ ନଳୀ ସଂଯୋଗ କରାଯାଇଛି। ତାଙ୍କ ଓକିଲଙ୍କ କହିବା କଥା, ଗତ ୨ ବର୍ଷ ହେଲା ଏଭଳି ଅସୁସ୍ଥ ଅଛନ୍ତି ଜଗବନ୍ଧୁ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ଫାଶରେ ଯେତିକି ଫସିଛନ୍ତି, ତା’ଭିତରେ ଅଛନ୍ତି ୨୫ରୁ ଅଧିକ ନେତା। ଆଉ ଯେଉଁ ୧୮ ବିଧାୟକ ଅଛନ୍ତି, ସେଥିରୁ ଅଧିକାଂଶ ବିଜେଡିର ବୋଲି ଚର୍ଚ୍ଚା ହେଉଛି। ଅର୍ଚ୍ଚନା-ଜଗବନ୍ଧୁ ଉଭୟେ ନିଜକୁ ବିଜେଡି ସଦସ୍ୟ ବୋଲି ମଧ୍ୟ ସୋଶାଲ୍‌ ମିଡ଼ଆ ଆକାଉଣ୍ଟରେ ଦର୍ଶାଇଛନ୍ତି। ତେଣେ କଳାହାଣ୍ଡିରୁ କ୍ୟାପିଟାଲ୍‌ ଯାଏଁ ଲମ୍ବିଥିବା ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍‌ ବୋଲି ଚର୍ଚ୍ଚା ହେଉଥିବା ଏହି ମାମଲାରେ ପୁଲିସ ତଦନ୍ତର ଗତିକୁ ନେଇ ହୁଲସ୍ତୁଲ୍ ରାଜ୍ୟ ରାଜନୀତି।

Related story