ମହିଳା ଡାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ

Ordigital Desk
  • Published: Friday, 08 December 2017
  • , Updated: 08 December 2017, 08:38 AM IST
<p>କଟକ: ଜଣେ ମହିଳା ଡାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ୍ରା ବିଶ୍ୱାଳ। ସେ ସମ୍ବଲପୁର ବୁର୍ଲାରେ ଫାର୍ମାକୋଲୋଜି ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଗତକାଲି କଟକ ଖପୁରିଆ ପଞ୍ଚମୁଖୀ ମନ୍ଦିର ନିକଟରୁ ମୂମୁର୍ଷୁ&nbsp; ଅବସ୍ଥାରେ ଉଦ୍ଧାର କରାଯାଇଥିଲା।&nbsp; ଉଦ୍ଧାର ସମୟରେ ତାଙ୍କ ହାତରେ ଇଞ୍ଜେକସନ୍ ସିରିଞ୍ଜ ଥିବା ଦେଖିବାକୁ ମିଳିଥିଲା।&nbsp; ୧୦୮ ଆମ୍ବୁଲାନ୍ସରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।&nbsp; ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।</p>

Related story