ଲଗାଣ ବର୍ଷାରେ ଉବୁଟୁବୁ ଚେନ୍ନାଇ: ଉଦ୍ଧାର ପାଇଁ ଓଡ଼ିଶାରୁ ଗଲା ଏନଡିଆରଏଫର ୩ଟି ଟିମ୍

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଏନଡିଆରଏଫ ମୁଣ୍ଡଳୀ ବାଟାଲିୟନର ୩ଟି ଟିମ୍ ବୁଧବାର ଅପରାହ୍ନରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛି। ଏଥିରେ ଏନଡିଆରଏଫ ଯବାନମାନଙ୍କ ସହ ପାୱାର ବୋଟ୍, କଟର, ଜେନେରେଟର ପ୍ରଭୃତି ରହିଛି। ଏହି ଟିମ୍ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭୁବନେଶ୍ୱର ବିମାନବନ୍ଦରକୁ ଆସିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିମ୍ ଯାତ୍ରା କରିଛି। ଏହା ବ୍ୟତୀତ ଏନଡିଆରଏଫ ଅନ୍ୟ ୧୦ଟି ଟିମ୍ ମୁଣ୍ଡଳୀର ପ୍ରସ୍ତୁତ ହୋଇ […]

ndrf team went to chennai

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 02:44 PM IST

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଏନଡିଆରଏଫ ମୁଣ୍ଡଳୀ ବାଟାଲିୟନର ୩ଟି ଟିମ୍ ବୁଧବାର ଅପରାହ୍ନରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛି। ଏଥିରେ ଏନଡିଆରଏଫ ଯବାନମାନଙ୍କ ସହ ପାୱାର ବୋଟ୍, କଟର, ଜେନେରେଟର ପ୍ରଭୃତି ରହିଛି। ଏହି ଟିମ୍ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭୁବନେଶ୍ୱର ବିମାନବନ୍ଦରକୁ ଆସିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିମ୍ ଯାତ୍ରା କରିଛି। ଏହା ବ୍ୟତୀତ ଏନଡିଆରଏଫ ଅନ୍ୟ ୧୦ଟି ଟିମ୍ ମୁଣ୍ଡଳୀର ପ୍ରସ୍ତୁତ ହୋଇ ରହିଛି। ଚେନ୍ନାଇରେ ଉଦ୍ଧାର ପାଇଁ ଯବାନ ମାନଙ୍କ ମନରେ ଦୃଢ଼ ମନୋବଳ ରହିଥିବା ସେମାନେ କହିଛନ୍ତି।

ଉତ୍ତର-ପୂର୍ବ ମୌସୁମୀ ପ୍ରଭାବରେ ଚେନ୍ନାଇରେ ମୂଷଳ ଧାରାର ବର୍ଷା ଲାଗି ରହିଛି। ଗତକାଲିଠାରୁ ପୁଣି ଅବିଶ୍ରାନ୍ତ ବର୍ଷା ଫଳରେ ଚେନ୍ନାଇ ସହରରେ ସ୍ଥିତି ଜଟିଳ ହେବାରେ ଲାଗିଛି। ନଭେମ୍ୱର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାଁ ନେଉନାହିଁ। ଫଳରେ ସମଗ୍ର ତାମିଲନାଡୁ ରାଜ୍ୟ ସମେତ ବିଶେଷକରି ଚେନ୍ନାଇରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ତେଣୁ ଉଦ୍ଧାର ପାଇଁ ଓଡ଼ିଶାରୁ ଏନଡିଆରଏଫ ଟିମ୍ ଚେନ୍ନାଇ ଅଭିମୁଖେ ଯାଇଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ବନ୍ୟା ନେଇ ଫୋନ ଯୋଗେଁ ଆଲୋଚନା କରିଛନ୍ତି। ରିଲିଫ୍ ଓ ଉଦ୍ଧାର ପାଇଁ ଓଡ଼ିଶା ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

Related story