ବର୍ଷକ ଭିତରେ ଦେଢ଼ ଲକ୍ଷରୁ ଅଧିକ ଲୋକ ହୋଇଗଲେ ଗରିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ୁଛି କି ଗରିବଙ୍କ ସଂଖ୍ୟା ? ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲି ଯାଉଛନ୍ତି କି ରାଜ୍ୟ? ସରକାର ଗରିବ ଲୋକଙ୍କ ବିକାଶ କରିବାରେ ଫେଲ୍‌ ମାରୁଛି କି ? ପ୍ରତିବର୍ଷ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଡ଼ି ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼ିବା ଏବେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୩ ଲକ୍ଷ ୩ ହଜାର ୪୧୦ ପରିବାରଙ୍କୁ ରାସନ […]

food

food

Niranjan Mishra
  • Published: Wednesday, 14 December 2022
  • Updated: 14 December 2022, 10:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ୁଛି କି ଗରିବଙ୍କ ସଂଖ୍ୟା ? ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲି ଯାଉଛନ୍ତି କି ରାଜ୍ୟ? ସରକାର ଗରିବ ଲୋକଙ୍କ ବିକାଶ କରିବାରେ ଫେଲ୍‌ ମାରୁଛି କି ? ପ୍ରତିବର୍ଷ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଡ଼ି ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼ିବା ଏବେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୩ ଲକ୍ଷ ୩ ହଜାର ୪୧୦ ପରିବାରଙ୍କୁ ରାସନ କାର୍ଡ ଦିଆଯାଇଛି। ଏହି ପରିବାରର ୩ କୋଟି ୨୫ ଲକ୍ଷ ୭୭ ହଜାର ୯୧୭ ଜଣ ହିତାଧିକାରୀ ରିହାତି ଦରରେ ଅର୍ଥାତ୍ ମାଗଣା କିମ୍ବା ୧ ଟଙ୍କାରେ ଚାଉଳ କିମ୍ବା ଗହମ ପାଉଛନ୍ତି। ଯେତେବେଳେ କି ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟା ସୁରକ୍ଷା ଯୋଜନାରେ ୩ ଲକ୍ଷ ୨୪ ହଜାର ୩୮୮ ପରିବାରଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଇଛି। ଏହି ପରିବାରର ୧୦ ଲକ୍ଷ ୨୩ ହଜାର ୧୨୨ ଜଣ ହିତାଧିକାରୀଙ୍କୁ ଚାଉଳ, ଗହମ ପ୍ରଭୃତି ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଗତମାସ ୩୦ ତାରିଖରେ ଏ ନେଇ ଓଡ଼ିଶା ବିଧାନସଭାରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ। ଯେଉଁଥିରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ, ଚଳିତ ବର୍ଷ ଜାନୁଆରୀରୁ ନଭେମ୍ବର ଶେଷ ଭିତରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୭୪ ହଜାର ୨୮୫ ପରିବାରଙ୍କୁ ନୂଆ କରି ଯୋଡ଼ା ଯାଇଛି। ଏହି ପରିବାରର ୧ ଲକ୍ଷ ୯୦ ହଜାର ୩୪ ଜଣ ହିତାଧିକାରୀଙ୍କୁ ଚାଉଳ, ଗହମ ପ୍ରଭୃତି ରିହାତି ଦରରେ ଯୋଗାଇ ଦିଆଯାଉଛି।

ସେପଟେ ଆଜି ସଂସଦରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ରଖିଥିବା ଏକ ଉତ୍ତରରୁ ଜଣାପଡ଼ିଛି ଯେ, ଗତବର୍ଷ ମାର୍ଚ୍ଚରେ ରାଜ୍ୟର ୩ କୋଟି ୨୪ ଲକ୍ଷ ୩୩ ହଜାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିବା ବେଳେ ଗତମାସ ୩୦ ସୁଧା ହିତାଧିକାରୀ ସଂଖ୍ୟା ବଢ଼ି ୩ କୋଟି ୨୫ ଲକ୍ଷ ୩ ହଜାର ଡେଇଁ ଯାଇଛି। ଅର୍ଥାତ୍ ରାଜ୍ୟରେ ମାଗଣା କିମ୍ବା ୧ ଟଙ୍କାରେ ଯୋଗାଇ ଦିଆଯାଉଥିବା ରାସନ ସାମଗ୍ରୀ ଉପରେ ଲୋକଙ୍କ ନିର୍ଭରତା ବଢ଼ିବାରେ ଲାଗିଛି। ସ୍ୱାବଲମ୍ବି ହେବା ଅପେକ୍ଷା ଗରିବଙ୍କ ନିମନ୍ତେ ଉଦ୍ଧିଷ୍ଟ ଯୋଜନା ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ିବାରେ ଲାଗିଛି। ରାଜ୍ୟର ପ୍ରାୟ ସାଢ଼େ ୪ କୋଟି ଲୋକଙ୍କ ଭିତରୁ ୯୦ ପ୍ରତିଶତ ଲୋକ ଟଙ୍କିକିଆ ଚାଉଳ ଉପରେ ନିର୍ଭରଶୀଳ। ବର୍ଷକ ଭିତରେ ଦେଢ଼ ଲକ୍ଷ୍ୟରୁ ଅଧିକ ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି।

ଯାହାକୁ ନେଇ ସରକାରଙ୍କ ବିକାଶମୁଖୀ ଘୋଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଉପସ୍ଥାପିତ ରିପୋର୍ଟରେ ମଧ୍ୟ ଉନିସ୍‌ବିଶ ତଫାତ୍ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story