- Videos
- Odisha
- ରାଜ୍ୟ ସରକାରଙ୍କୁ ପାଲଟା ଚାପୁଡ଼ା ଦେଲା ରେଳବାଇ, କହିଲା- ଆଗ ନିଜ ଦୋଷ ଦେଖ, ତା ପରେ ଆମକୁ କହିବ
ରାଜ୍ୟ ସରକାରଙ୍କୁ ପାଲଟା ଚାପୁଡ଼ା ଦେଲା ରେଳବାଇ, କହିଲା- ଆଗ ନିଜ ଦୋଷ ଦେଖ, ତା ପରେ ଆମକୁ କହିବ
- Published: Saturday, 02 December 2017
- , Updated: 02 December 2017, 01:41 PM IST

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ବିଳମ୍ବ ପାଇଁ ରେଳବାଇକୁ ରାଜ୍ୟ ସରକାର ଟାର୍ଗେଟ କରିବାର ୨୪ ଘଣ୍ଟା ନ ପୂରୁଣୁ ଓଡ଼ିଶା ସରକାରଙ୍କ ଉପରେ ପାଲଟା ଦୋଷ ଦେଇଛି ରେଳବାଇ। ବିଭାଗ ପକ୍ଷରୁ କୁହାଯାଇଛି ଯେ- “ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହିଁ ଏକମାତ୍ର ସମସ୍ୟା। ଜମି ମିଳିଗଲେ ମାତ୍ର ୩ ବର୍ଷ ଭିତରେ କାମ ସରିଯିବ। ଏହି କାମ ପାଇଁ ଇଷ୍ଟକୋଷ୍ଟ ରେଲୱେ ଆବଶ୍ୟକ ମାନବ ସମ୍ବଳ ଓ ଅନ୍ୟ ସାମଗ୍ରୀ ସହ ସବୁ ଭିତ୍ତିଭୂମି ପ୍ରସ୍ତୁତ କରି ରଖିଛି।”

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି- ଖୋର୍ଦ୍ଧା ରୋଡ଼ରୁ ନୟାଗଡ଼ ଟାଉନ୍ ପର୍ଯ୍ୟନ୍ତ ୬୬ କିଲୋମିଟର ରେଳ ଲାଇନ୍ କାମ ସରି ଯାଇଛି। ୭୫ କିଲୋମିଟର ପର୍ଯ୍ୟନ୍ତ କାମ ଆଗେଇଛି। ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣରେ ଅହେତୁକ ମନ୍ଥରତା ଦେଖାଦେଇଛି। ନୟାଗଡ଼ରେ ୧୪୭ ଏକର ସହ ବୌଦ୍ଧ ଓ ସୋନପୁର ଜିଲ୍ଲାରେ ୧୪ଶହ ଏକର ଜଙ୍ଗଲ ଜମିର ଆବଶ୍ୟକତା ରହିଛି।”

ପ୍ରଶାସନିକ ଉଦାସୀନତା କାରଣରୁ ଏହି କାର୍ଯ୍ୟ ସମ୍ପାଦନ ହୋଇପାରୁ ନ ଥିବା ଅଭିଯୋଗ କରିଛି ରେଳବାଇ। ଜମି ପ୍ରଦାନ ପାଇଁ ସରକାର ପ୍ରତିଶ୍ରୁତି ଦେଉ ନଥିବା ମଧ୍ୟ ଅଭିଯୋଗ କରିଛି ରେଳ ବିଭାଗ।

କେନ୍ଦ୍ର ସରକାର ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରଳଳ୍ପ ପାଇଁ ଆଗ୍ରହ ଦେଖାଉ ନ ଥିବା ଦିନକ ତଳେ ଅଭିଯୋଗ କରିଥିଲେ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ। ଏହାପରେ ସିଧା ରାଜ୍ୟ ସରକାରକୁ ପାଲଟା ଦୋଷ ଦେଇଛି ରେଳ ବିଭାଗ।

ସେପଟେ ଜମି ଅଧିଗ୍ରହଣ ଓ ଜଙ୍ଗଲ ବିଭାଗର ଅନୁମତିରେ ଡେରି ଯୋଗୁଁ ରାଜ୍ୟର ବହୁ ରେଳ ପ୍ରକଳ୍ପ ବିଳମ୍ବ ହେଉଛି। ତୁରନ୍ତ ଏହାର ସମାଧାନ କରି ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ମୁତାବକ ଜମି ଯୋଗାଇ ଦିଅନ୍ତୁ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଦିଲ୍ଲୀରେ ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା ପରେ ଟ୍ୱିଟ୍‌ କରି ଏହା ଲେଖିଛନ୍ତି ଧର୍ମେନ୍ଦ୍ର। ନୂଆ ଟ୍ରାକ୍, ବିଦ୍ୟୁତକରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ଓ ଭବିଷ୍ୟତ ଯୋଜନା ସଂପର୍କରେ ସେ ରେଳ ବୋର୍ଡର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଓଡ଼ିଶାର ବିକାଶ ଲାଗି ଚାଲିଥିବା ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହିତ ଭିତ୍ତିଭୂମିର ସଂପ୍ରସାରଣ ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି।