ମାଲିକ ଜାଣିନି, ଜମି ପଟ୍ଟାରେ ଅନ୍ୟ ଲୋକ ମାଲିକ

କେନ୍ଦ୍ରାପଡ଼ା/ଭଦ୍ରକ(ଓଡ଼ିଶା ରିପୋର୍ଟର): ଜମି ଗୋଟିଏ। ହେଲେ ଦୁଇ ଦୁଇ ଜଣ ମାଲିକ। ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା। ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ବିକ୍ରି ହୋଇଛି ଜମି। ତହସିଲରୁ ବାହାରିଛି ପଟ୍ଟା। କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରୁ ଏଭଳି ଜାଲିଆତି ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା କନିକା ତହସିଲ ଦରଙ୍ଗାପାଟ ମୌଜା, ଖତୟାନ ନମ୍ବର ୮୬ରେ ମୃତ ନରହରି ବେହେରା ଓ ତାଙ୍କ ଭାଇମାନଙ୍କ ନାଁରେ ୫ ଏକର ୧୧ ଡେସିମିଲ ଜମିଥିଲା। ୨୦୧୮ଯାଏ ମୃତ ନରହରି […]

land

land

Niranjan Mishra
  • Published: Tuesday, 23 August 2022
  • Updated: 23 August 2022, 05:03 PM IST

Sports

Latest News

କେନ୍ଦ୍ରାପଡ଼ା/ଭଦ୍ରକ(ଓଡ଼ିଶା ରିପୋର୍ଟର): ଜମି ଗୋଟିଏ। ହେଲେ ଦୁଇ ଦୁଇ ଜଣ ମାଲିକ। ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା। ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ବିକ୍ରି ହୋଇଛି ଜମି। ତହସିଲରୁ ବାହାରିଛି ପଟ୍ଟା। କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରୁ ଏଭଳି ଜାଲିଆତି ସାମ୍ନାକୁ ଆସିଛି।

କେନ୍ଦ୍ରାପଡ଼ା କନିକା ତହସିଲ ଦରଙ୍ଗାପାଟ ମୌଜା, ଖତୟାନ ନମ୍ବର ୮୬ରେ ମୃତ ନରହରି ବେହେରା ଓ ତାଙ୍କ ଭାଇମାନଙ୍କ ନାଁରେ ୫ ଏକର ୧୧ ଡେସିମିଲ ଜମିଥିଲା। ୨୦୧୮ଯାଏ ମୃତ ନରହରି ଖଜଣା ଦେଇ ଆସୁଥିଲେ। ତାଙ୍କ ମୃତ୍ୟୁ ପରେ ପୁଅ ତ୍ରିଲୋଚନ ଖଜଣା କାଟିବାକୁ ଆରଆଇ ଅଫିସକୁ ଯାଇଥିଲେ। ହେଲେ ସେଠାରେ ଯାହା ଜାଣିଲେ, ତାଙ୍କ ପାଦତଳୁ ମାଟି ଖସିପଡିଥିଲା।

ତାଙ୍କର ମୋଟ ୫ ଏକର ୧୧ ଡିସିମିଲ ଜମିଥିବା ବେଳେ ୧ ଏକର ଜମି ଖାତାରୁ କଟିଯାଇଥିଲା। ତେଣୁ ଆରଟିଆଇ ଜମି କିଣାବିକାର ତଥ୍ୟ ମାଗିଥିଲେ। ଏଥିରୁ ଜଣାପଡିଲା ଯେ, ଜାଲିଆତି କରି ଉକ୍ତ ୧ ଏକର ଜାଗାକୁ ସିଙ୍ଗିଡ଼ି ଗାଁର ନାରାୟଣ ଚନ୍ଦ୍ର ଦାସଙ୍କ ନାଁରେ ପଟ୍ଟା ଦିଆଯାଇଛି। ଏପରିକି ଜାଲିଆତି ପରେ ପୁଣି ମହାଜାଲିଆତି ହୋଇଛି ସେହି ଜମିରେ। ଅର୍ଥାତ ମ୍ୟୁଟେସନ୍ ନମ୍ବର ୯୪୫/୧୬ରେ ନାରୟଣ ପଟ୍ଟା ପାଇଥିବା ବେଳେ, ସମାନ ମ୍ୟୁଟେସନ ନମ୍ବରରେ ଜୟନଗରର ଅନୁଜ ବିଶ୍ୱାଳ ବି ପାଇଛନ୍ତି ଜମି ପଟ୍ଟା। ପଟ୍ଟା ହାସଲ ପରେ ନାରାୟଣ ଜମିକୁ ପୁତୁରା ଧନଞ୍ଜୟ ଦାସଙ୍କୁ ମଧ୍ୟ ବିକ୍ରି କରିଥିବା ଅଭିଯୋଗ ହୋଇଛି।

ସେପଟେ କନିକା ତହସିଲଦାର ପ୍ରେମାନନ୍ଦ ବେହରା କହିଛନ୍ତି, ଜାଲିଆତି ତାଙ୍କ ସମୟରେ ହୋଇନି। ତେବେ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।
ଜମି ମାଲିକ ତଥା ଅଭିଯୋଗକାରୀ ତ୍ରିଲୋଚନ ବେହେରା କହିଛନ୍ତି, ଏଭଳି ଜାଲିଆତି ଦେଖି କିପରି ସରକାର ଚାଲିଛି ତାହାକୁ ନେଇ ସେ ହତବାକ ହୋଇଛନ୍ତି। ଜମି ଅପଣାଛାଏଁ ବିକ୍ରି ହୋଇଯାଉଛି। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଜୀରୁରୀ।

ସେହିପରି ଭଦକ୍ରରେ ମଧ୍ୟ ଜମି ଜାଲିଆତିର ଗନ୍ଧ। ଅନଲାଇନରେ ଜମିର ମାଲିକାନା ଜଣଙ୍କ ନାମରେ ଦେଖାଉଥିବା ବେଳେ ଅଫଲାଇନରେ ନାହିଁ ଏହି ମାଲିକଙ୍କ ନାଁ। ସାମରାଇପୁରର ଅନିତା ବାରିକ ଆଣିଛନ୍ତି ଏଭଳି ସାଙ୍ଗାତିକ ଅଭିଯୋଗ।

ଅନିତା ୨୦୦୯ ମସିହାରେ ଏକ ଜମି କିଣିଥିବା ବେଳେ, ପୁଅର ଆବାସିକ ସାର୍ଟିଫିକେଟ ପାଇଁ ତହସିଲ କାର୍ଯ୍ୟାଳୟକୁ ଆସିବା ବେଳେ ଜାଣିବାକୁ ପାଇଲେ ଯେ, ଅଫଲାଇନ୍ ଜମି ପଟ୍ଟାରେ ତାଙ୍କ ନାମ ନାହିଁ।

ସେହିପରି ଜଗନ୍ନାଥପୁରର ମନୋରଂଜନ ପଣ୍ଡା କିଣିଥିବା ଜମି ବି ଏଭଳି ଜାଲିଆତି ହୋଇଛି। ଉଭୟ ଆରଆଇ ଓ ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି।

ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦାରୋ କହିଛନ୍ତି, ଏହି ଦୁଇଟି ଅଭିଯୋଗ ପାଇଛି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଏ ସବୁ ଘଟଣାରେ ବାରି ହୋଇଯାଉଛି ସରକାରୀ ଅଧିକାରୀଙ୍କ ଅସାଧୁ କାରବାର। ବାଡ ସାଜି ଫସଲ ଖାଉଛନ୍ତି ବିଭାଗୀୟ କର୍ମଚାରୀ। ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେଲେ ଦଲାଲ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ପଦାରେ ପଡ଼ିବ ବୋଲି ଅଭିଯୋଗକାରୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story