ଅପରାହ୍ନ ୪ଟାରୁ ଆରମ୍ଭ ହେବ ବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନ ୪ଟାରୁ ବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ। ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ସରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର. ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଅମ୍ଫାନ’ ପାରାଦୀପ ଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ଚାଲିଗଲାଣି। ପାରାଦୀପ ଠାରୁ ଦୂରକୁ ଯାଉଥିବା ବେଳେ ଏହା ଦୀଘାର ନିକଟତର ହେଉଛି। ପାରାଦୀପରୁ ୧୫୦ କିମି ଓ ଦୀଘାରୁ […]

amphan

amphan

Jitendra Garnayak
  • Published: Wednesday, 20 May 2020
  • Updated: 20 May 2020, 02:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନ ୪ଟାରୁ ବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ। ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ସରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର. ବିଶ୍ୱାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ଅମ୍ଫାନ’ ପାରାଦୀପ ଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ଚାଲିଗଲାଣି। ପାରାଦୀପ ଠାରୁ ଦୂରକୁ ଯାଉଥିବା ବେଳେ ଏହା ଦୀଘାର ନିକଟତର ହେଉଛି। ପାରାଦୀପରୁ ୧୫୦ କିମି ଓ ଦୀଘାରୁ ୯୫ କିମି ଦୂରରେ ଏବେ ଏହା ଅଛି। ଏବେ ଜଗତସିଂହପୁରରେ ପବନ କମିଯାଇଛି। ତେବେ ଭଦ୍ରକ ଓ ବାଲେଶ୍ୱରରେ ଅଧିକ ପବନ ହେଉଛି।

ଶ୍ରୀ ବିଶ୍ୱାସ କହିଛନ୍ତି, ୨୪ ଘଣ୍ଟା ପରେ ପାଗ ସଂପୂର୍ଣ୍ଣ ଶୁଖିଲା ହୋଇଯିବ।

ସୂଚନାଯୋଗ୍ୟ, ଦୀଘା ଓ ହାତିଆ ମଧ୍ୟବର୍ତ୍ତୀ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ପରେ କୋଲକାତା ପାଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଏହା ଗତି କରିବ ବୋଲି ପୂର୍ବରୁ ସୂଚନା ଦେଇ ଶ୍ରୀ ବିଶ୍ୱାସ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos