ନୂଆପଡ଼ା (ମୟାଧର ସରାଫ୍): ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଶବକୁ ସତ୍କାର କରି ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲା ଗନିଆରି, ଜଡ଼ାମୁଣ୍ଡା ଓ ମାନିଗୁଡ଼ା ଗାଁର କିଛି ଯୁବକ। ଏପରି କାମ ପାଇଁ ନୂଆପଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଅନୁସାରେ, ଜଡ଼ାମୁଣ୍ଡା ବସଷ୍ଟାଣ୍ଡ ନିକଟ କେନାଲ ରାସ୍ତାରେ ସୁଦର୍ଶନ ମିର୍ଦ୍ଧା ନାମ ଜଣେ ଭିନ୍ନକ୍ଷମ ଯୁବକ ରହୁଥିଲେ। ସେ ଭିକ ମାଗି ଚଳୁଥିଲେ। ତାଙ୍କର ନିଜର ବୋଲି ଦୁନିଆରେ କେହି ନାହାନ୍ତି। ହେଲେ ଗତ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ଶବ ସତ୍କାର ପାଇଁ କେହି ଆସି ନଥିଲେ। ତେଣୁ ଗନିଆରୀ, ଜଡ଼ାମୁଣ୍ଡା ଓ ମାନି ଗୁଡ଼ାର ଗାଁର ୧୦ରୁ ୧୨ ଜଣ ଯୁବକ ଗତକାଲି ସୁଦର୍ଶନଙ୍କ ଶବକୁ ୧ କିଲୋମିଟର କାନ୍ଧରେ ବୋହି ଶ୍ମଶାନକୁ ନେଇଥିଲେ। ସେଠାରେ ରୀତିନୀତି ଅନୁସାରେ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।