ରାଜଧାନୀରେ ପୋଲିସର ଲାଠି ଚାର୍ଜ: କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ବାହାରିବାରୁ ଖାଇଲେ ମାଡ଼

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବିଜେପି ନେତା ଓ କର୍ମୀଙ୍କୁ ପୋଲିସର ଲାଠି ମାଡ଼। କୁନ୍ଦୁଲି ଘଟଣାରେ ପ୍ରତିବାଦ କରି ଆଜି ବିଜେପି କର୍ମୀମାନେ ନବୀନ ନିବାସ ଘେରାଉ ପାଇଁ ବାହାରିଥିଲେ। ତେବେ ଶିଶୁଭବନ ଛକ ଠାରେ ଆନ୍ଦୋଳନରତ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଛି। ଏହି ସମୟରେ ସେଠାରେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର, ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ବିଜେପି ନେତା ଜୟରାମ ପାଙ୍ଗୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଅଛନ୍ତି। ବିଜେପି ମହିଳା ମୋର୍ଚ୍ଚାର ବହୁ ନେତ୍ରୀ ମଧ୍ୟ ନବୀନ ନୀବାସ ଘେରାଉ କରିବାକୁ ଯାଉଥିଲେ। ଏହା ପୂର୍ବରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ବିଜେପି ନେତା ଓ କର୍ମୀ ମାନେ କର୍ଡନ ଭାଙ୍ଗିଥିଲେ। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ମାଷ୍ଟର କ୍ୟାଣ୍ଟିନ ଠାରେ ପୋଲିସ ସେମାନଙ୍କ ବାଟ ଓଗାଳି ଥିଲା ଫଳରେ ସେଠାରେ ମଧ୍ୟ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।</p>

Ordigital Desk
  • Published: Tuesday, 23 January 2018
  • Updated: 23 January 2018, 01:51 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବିଜେପି ନେତା ଓ କର୍ମୀଙ୍କୁ ପୋଲିସର ଲାଠି ମାଡ଼। କୁନ୍ଦୁଲି ଘଟଣାରେ ପ୍ରତିବାଦ କରି ଆଜି ବିଜେପି କର୍ମୀମାନେ ନବୀନ ନିବାସ ଘେରାଉ ପାଇଁ ବାହାରିଥିଲେ। ତେବେ ଶିଶୁଭବନ ଛକ ଠାରେ ଆନ୍ଦୋଳନରତ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଛି। ଏହି ସମୟରେ ସେଠାରେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର, ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ବିଜେପି ନେତା ଜୟରାମ ପାଙ୍ଗୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଅଛନ୍ତି। ବିଜେପି ମହିଳା ମୋର୍ଚ୍ଚାର ବହୁ ନେତ୍ରୀ ମଧ୍ୟ ନବୀନ ନୀବାସ ଘେରାଉ କରିବାକୁ ଯାଉଥିଲେ। ଏହା ପୂର୍ବରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ବିଜେପି ନେତା ଓ କର୍ମୀ ମାନେ କର୍ଡନ ଭାଙ୍ଗିଥିଲେ। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ମାଷ୍ଟର କ୍ୟାଣ୍ଟିନ ଠାରେ ପୋଲିସ ସେମାନଙ୍କ ବାଟ ଓଗାଳି ଥିଲା ଫଳରେ ସେଠାରେ ମଧ୍ୟ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos