ପଡ଼ିଆରେ ଚାଲିଗଲା ଓଡ଼ିଆ ଫୁଟ୍‌ବଲ୍ ଖେଳାଳିଙ୍କ ପ୍ରାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଟବଲ୍‌ ଖେଳିବା ବେଳେ ହୃଦଘାତରେ ଚାଲିଗଲା ଜୀବନ। ମୃତକ ଜଣଙ୍କ ହେଲେ ଓଡ଼ିଶାର ରିତିକ୍‌ ଦାସ। ସେ ନ୍ୟାସନାଲ ଲ’ ୟୁନିର୍ଭସିଟି ଅଫ୍‌ ଓଡ଼ିଶା (NLUO)ର ଛାତ୍ର ଥିଲେ।   ସ୍ପୋର୍ଟସ ଅଥରିଟି ଇଣ୍ଡିଆ (SAI) ଦ୍ୱାରା କୋଲକାତାରେ ସଲ୍ଟ ଲେକ୍‌ରେ ଆୟୋଜିତ ଏକ ଫୁଟ୍‌ବଲ୍ ମ୍ୟାଚ୍‌ ଖେଳୁଥିବା ବେଳେ ରିତିକ୍‌ ହଠାତ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଲକାତା ସ୍ଥିତ ଆମ୍ରି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ […]

ctc-12

Jyoshna Pradhan
  • Published: Monday, 11 February 2019
  • , Updated: 11 February 2019, 06:31 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଟବଲ୍‌ ଖେଳିବା ବେଳେ ହୃଦଘାତରେ ଚାଲିଗଲା ଜୀବନ। ମୃତକ ଜଣଙ୍କ ହେଲେ ଓଡ଼ିଶାର ରିତିକ୍‌ ଦାସ। ସେ ନ୍ୟାସନାଲ ଲ’ ୟୁନିର୍ଭସିଟି ଅଫ୍‌ ଓଡ଼ିଶା (NLUO)ର ଛାତ୍ର ଥିଲେ।
 
ସ୍ପୋର୍ଟସ ଅଥରିଟି ଇଣ୍ଡିଆ (SAI) ଦ୍ୱାରା କୋଲକାତାରେ ସଲ୍ଟ ଲେକ୍‌ରେ ଆୟୋଜିତ ଏକ ଫୁଟ୍‌ବଲ୍ ମ୍ୟାଚ୍‌ ଖେଳୁଥିବା ବେଳେ ରିତିକ୍‌ ହଠାତ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଲକାତା ସ୍ଥିତ ଆମ୍ରି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
 
ରିତିକ୍‌ ଇଣ୍ଟଇଗ୍ରେଟେଡ ଲ’ର ପଞ୍ଚମ ବର୍ଷ ଛାତ୍ର ଥିଲେ। ନ୍ୟାସନାଲ ୟୁନିର୍ଭସିଟି ଅଫ୍‌ ଜୁଡିସିଆଲ ସାଇନ୍ସ (NUJS)ର ବାର୍ଷିକ 'ଫେଷ୍ଟ' ଅବସରରେ ଆୟୋଜିତ ଫୁଟବଲ ମ୍ୟାଚ୍‌ ଖେଳିବାକୁ କିଛିଦିନ ପୂର୍ବେ ସେ ଭୁବନେଶ୍ୱରରୁ କୋଲକାତା ଯାଇଥିଲେ। ମ୍ୟାଚ୍‌ ଚାଲିଥିବା ବେଳେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ରିତିକ୍‌ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।
 
ରବିବାର ସକାଳେ ତାଙ୍କ ମୃତଦେହକୁ ଆରଜି କର ହସ୍ପିଟାଲରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ରିତିକ୍‌ଙ୍କ ମୃତଦେହ ଓଡ଼ିଶା ଆଣିବା ପରେ କଟକରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।
 
NUJS କର୍ତ୍ତୃପକ୍ଷ କହିଛନ୍ତି, “ରିତିକ୍‌ ‘ଆଉଟ୍‌ଲଡ୍‌(‘Outlawed’) ଫେଷ୍ଟ'ରେ ଅଂଶଗ୍ରହଣ କରିବାକୁ କ୍ୟାମ୍ପକୁ ଆସିଥିଲେ। ଯାହା ଶୁକ୍ରବାରରୁ ଆରମ୍ଭ ହୋଇଥିଲା। ରିତିକ୍‌ଙ୍କ ମୃତ୍ୟୁ ପରେ ଏହାକୁ ବନ୍ଦ କରିଦିଆଯାଇଛି।”
 
ଖେଳ ପଡ଼ିଆରେ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା ନୁହେଁ। ଫେବୃୟାରୀ ୨ ତାରିଖରେ ସେହି ପଶ୍ଚିମବଙ୍ଗର ବାଙ୍କୁଡ଼ା ଠାରେ ଜଣେ ୩୦ ବର୍ଷୀୟ ଗୋଲକିପର୍‌ ପଡ଼ିଆରେ ହଠାତ ଅଚେତ ହୋଇ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story