କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ; କହିଲେ-ସମ୍ଭାଳି ନପାରିଲେ ଆମକୁ କୁହ

ଭୁବନେଶ୍ୱର/ସମ୍ବଲପୁର/ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମ୍‌କୋର୍ଟଙ୍କ କଡା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ଏଡ଼ାଇ ଦିଆଯାଇପାରୁନି। ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଆଜି ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ। ଏପରିକି ସମ୍ବଲପୁରରେ ଆନ୍ଦୋଳନ ଏମିତି ଉଗ୍ର ରୂପ ନେଇଛି ଯେ ଆନ୍ଦୋଳନକାରୀ ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବାକୁ ବି ପଛେଇ ନାହାନ୍ତି। ଏପଟେ ସର୍ବୋଚ୍ଚ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଆଇନଜୀବୀଙ୍କ ଏଭଳି କୋର୍ଟ ବର୍ଜନ ଓ ଉଗ୍ର […]

ccourt

ccourt

Niranjan Mishra
  • Published: Monday, 12 December 2022
  • Updated: 12 December 2022, 09:47 PM IST

Sports

Latest News

ଭୁବନେଶ୍ୱର/ସମ୍ବଲପୁର/ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମ୍‌କୋର୍ଟଙ୍କ କଡା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ଏଡ଼ାଇ ଦିଆଯାଇପାରୁନି। ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଆଜି ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ। ଏପରିକି ସମ୍ବଲପୁରରେ ଆନ୍ଦୋଳନ ଏମିତି ଉଗ୍ର ରୂପ ନେଇଛି ଯେ ଆନ୍ଦୋଳନକାରୀ ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବାକୁ ବି ପଛେଇ ନାହାନ୍ତି।

ଏପଟେ ସର୍ବୋଚ୍ଚ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଆଇନଜୀବୀଙ୍କ ଏଭଳି କୋର୍ଟ ବର୍ଜନ ଓ ଉଗ୍ର ଆନ୍ଦୋଳନକୁ ଦେଖି ଆଜି ରାଜ୍ୟ ପୁଲିସ୍ ଡିଜିଙ୍କୁ କଡ଼ା ଭର୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟ। ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ୍ ସଂଜୟ କିଷାନ୍ କାଉଲ୍ ଓ ଜଷ୍ଟିସ୍ ଅଭୟ ଏସ୍ ଓକାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଆନ୍ଦୋଳନର ଭିଡିଓ ଫୁଟେଜ୍ ଦେଖି କୋର୍ଟ କହିଛନ୍ତି ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପୁଲିସର ବିଫଳତା। ଯଦି ଓଡ଼ିଶା ପୁଲିସ୍ ଏହି ଆନ୍ଦୋଳନକୁ ସମ୍ଭାଳିବାରେ ଅସମର୍ଥ ତେବେ, ଆମକୁ କୁହନ୍ତୁ। ଆମେ ଓଡ଼ିଶାରେ କୋର୍ଟର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ପାରାମିଲିଟାରୀ ଫୋର୍ସ ନିୟୋଜିତ କରିବୁ।

କେବଳ ସେତିକି ନୁହେଁ, ଏନେଇ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ବୁଧବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ସମ୍ବଲପୁରରେ ଗତ ୩୦ ତାରିଖ ଭଳି ସ୍ଥିତି ଆଜି ସୃଷ୍ଟି ହୋଇଥିଲା। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନର ସତ୍ୟାଗ୍ରହ ବେଳେ ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। କୁରୁକ୍ଷେତ୍ର ପାଲଟିଲା କଚେରୀ ଛକ। ଉଗ୍ର ଆନ୍ଦୋଳନ ସାଙ୍ଗକୁ ଆଡ୍‌ଭୋକେଟ୍ ଜେନେରାଲ୍‌ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ପୁଲିସ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ଧସେଇ ପଶିଛନ୍ତି। ଏପରିକି ବିଚାରପତିଙ୍କ ଚାମ୍ବରରେ ପଶି ନିର୍ଭୟରେ ଚେୟାର ଟେବୁଲ, କାଚ ଝରକା ଯାହା ପାଇଲେ ଭଙ୍ଗାରୁଜା କରିଛନ୍ତି।

ଅନ୍ଦୋଳନ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି, ବିଚାରପତିମାନଙ୍କୁ ପୁଲିସ ନିଜ ଗାଡ଼ିରେ ବସାଇ ଅସୁରକ୍ଷିତ ରାସ୍ତା ଯୋଗେ ଲୁଚାଛପାରେ କୋର୍ଟ ପହଞ୍ଚାଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ କ୍ଷୋଭ ଆଜି ଦେଖିବାକୁ ମିଳିଛି। ଏଥିପାଇଁ କେବଳ ପୁଲିସ ହିଁ ଦାୟି।

ସମ୍ବଲପୁର ଏସ୍ପି ବି.ଗଙ୍ଗାଧର କହିଛନ୍ତି, ଆନ୍ଦୋଳନକାରୀ ବିଚାରପତିଙ୍କୁ ଅଟକାଇବାକୁ ଉଦ୍ୟମ କରିଛନ୍ତି ଓ କୋର୍ଟ ରୁମ୍‌ରେ ପଶି ଭଙ୍ଗାରୁଜା କରିଛନ୍ତି। ଏନେଇ ପୁଲିସ ପକ୍ଷରୁ ଏତଲା ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରି ଏଭଳି କାଣ୍ଡ ଭିଆଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉଛି। ଖୁବ୍‌ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନା ଥାଉକି, କେବଳ ସମ୍ବଲପୁର ନୁହେଁ ସ୍ଥାୟୀ ବେଞ୍ଚ ଦାବି ଏବଂ ଲାଇସେନ୍ସ ବାତିଲ ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ପ୍ରତିବାଦରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ଧର୍ମଗଡ଼ ଏବଂ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ମଧ୍ୟ କୋର୍ଟ ଆଗରେ ଆନ୍ଦୋଳନ କରିଥିଲେ ଆଇନଜୀବୀ। ସେହିପରି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଅଗଣତାନ୍ତ୍ରିକ ଦର୍ଶାଇ ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘ ଡାକରାରେ ଭୁବନେଶ୍ୱର ଓ ବାଲେଶ୍ୱର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଆଗରେ ମଧ୍ୟ ସତ୍ୟାଗ୍ରହ କରିଥିଲେ ସଂଘର ସଦସ୍ୟମାନେ।

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ଅଶୋକ କୁମାର ଦାଶ କହିଛନ୍ତି, ଆନ୍ଦୋଳନକୁ ଦୁର୍ବଳ କରିବାକୁ ଯେଉଁ ଯୋଜନା କରାଯାଇଛି ତାହା ବିରୋଧରେ ରାଜ୍ୟର ୧୭୨ ଓକିଲ ସଂଘ ପ୍ରତିବାଦକୁ ଓହ୍ଲାଇଛନ୍ତି।

ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ପ୍ରତିକ୍ରିୟା ରଖି ଗଞ୍ଜାମ ଓକିଲ ସଂଘ କହିଛି, ଆନ୍ଦୋଳନରେ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ନାହିଁ। ହେଲେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଗଞ୍ଜାମ ଓକିଲ ସଂଘ ସଦସ୍ୟ ପ୍ରଫୁଲ୍ଲ ଗୌଡ଼ କହିଛନ୍ତି, ସୁପ୍ରିମ୍‌କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ଓକିଲଙ୍କ ସମସ୍ୟା ବୁଝିବାକୁ କହିଥିଲେ ଭଲ ହୋଇଥାନ୍ତା। ହେଲେ ଏହା ହୋଇନି। ତେଣୁ ଦାବିପୂରଣ ପର୍ଯ୍ୟନ୍ତ ଅନ୍ଦୋଳନ ଜାରି ରହିବ।

ଏଭଳି ସ୍ଥିତିରେ ଆନ୍ଦୋଳନ ଆଗକୁ କେଉଁ ମୋଡ ନେଉଛି, ଓକିଲଙ୍କୁ ଆନ୍ଦୋଳନରୁ ନିବୃତ୍ତ କରାଇବାକୁ ପୁଲିସ କି ପଦକ୍ଷେପ ନେଉଛି ଓ କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କଣ ରହୁଛି, ଏବେ ତା ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story