ପଦ ହରାଇବେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପଦ ହରାଇବେ ନୟାଗଡ଼ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ। ଆଜି ତାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ପାରିତ ହୋଇଛି। ତାଙ୍କ ବିରୋଧରେ ୧୬ରୁ ୧୫ ଜଣ ୱାର୍ଡସଭ୍ୟ ଭୋଟ୍‌ ଦେଇଛନ୍ତି। ଜଣେ ଅନୁପସ୍ଥିତ ଥିଲେ। ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଆଜି ଆଗତ ହୋଇଥିଲା ଅନାସ୍ଥା ପ୍ରସ୍ତାବ। ତାଙ୍କ ବିରୋଧରେ ୧୫ ଜଣ ୱାର୍ଡମେମ୍ୱର ଭୋଟ୍‌ ଦେଇଥିବା ବେଳେ ଜଣେ ଅନୁପସ୍ଥିତ ରହିଥିଲେ। ସେହି ଦୃଷ୍ଟିରେ ସୌମ୍ୟାରଞ୍ଜନଙ୍କ […]

soumya ranjan pradhan

soumya ranjan pradhan

Manoranjan Sial
  • Published: Tuesday, 20 April 2021
  • Updated: 20 April 2021, 03:38 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପଦ ହରାଇବେ ନୟାଗଡ଼ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ। ଆଜି ତାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ପାରିତ ହୋଇଛି। ତାଙ୍କ ବିରୋଧରେ ୧୬ରୁ ୧୫ ଜଣ ୱାର୍ଡସଭ୍ୟ ଭୋଟ୍‌ ଦେଇଛନ୍ତି। ଜଣେ ଅନୁପସ୍ଥିତ ଥିଲେ।

ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଆଜି ଆଗତ ହୋଇଥିଲା ଅନାସ୍ଥା ପ୍ରସ୍ତାବ। ତାଙ୍କ ବିରୋଧରେ ୧୫ ଜଣ ୱାର୍ଡମେମ୍ୱର ଭୋଟ୍‌ ଦେଇଥିବା ବେଳେ ଜଣେ ଅନୁପସ୍ଥିତ ରହିଥିଲେ। ସେହି ଦୃଷ୍ଟିରେ ସୌମ୍ୟାରଞ୍ଜନଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ପାରିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ଭୋଇ।

ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମାର୍ଚ୍ଚ ୩୦ ତାରିଖରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ନୋଟିସ୍‌ ଦେଇଥିଲେ। ଉକ୍ତ ନୋଟିସ୍‌ ଅନୁସାରେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ପରେ ୱାର୍ଡ ସଭ୍ୟମାମେନ ମତଦାନ କରିଥିଲେ। ଭୋଟିଂ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ୧୫ ଜଣ ଭୋଟ୍‌ ଦେଇଥିଲେ।

ନାବାଳିକା ପରୀ ମର୍ଡ଼ର ମାମଲାକୁ ନେଇ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଚର୍ଚ୍ଚାରେ ଥିଲେ। ପରୀକୁ ହତ୍ୟା କରାଯାଇ ଅଙ୍ଗ ତସ୍‌କରି କରାଯାଇଥିବା ସେ ସନ୍ଦେହ କରୁଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତ ସରଗରମ ହୋଇଥିଲା। ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିକୁ ଗିରଫ କରିବା ପାଇଁ ଦାବି ଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos