କାହିଁକି ହାରିଲା କଂଗ୍ରେସ, ୩୦ରେ ହେବ ବିଚାର ବିମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ଏଭଳି ଶୋଚନୀୟ ପରାଜୟ ହେଲା କାହିଁକି? ଏହାର କାରଣ ଖୋଜିବା ପାଇଁ ଆସନ୍ତା ୩୦ ତାରିଖରେ ରାଜ୍ୟ କଂଗ୍ରେସର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ବସିବ। ଏଥିରେ ଯୋଗଦେବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି.ଏସ୍ ସିଂହଦେଓ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବରିଷ୍ଠ ନେତା। ପ୍ରଥମେ ରାଜ୍ୟର ସମସ୍ତ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ଆଲୋଚନା କରାଯିବ। ଅପରାହ୍ନରେ ବରିଷ୍ଠ ନେତାଙ୍କ ସହ ବିପର୍ଯ୍ୟୟ […]

leaders-to-meet-on-may-30-to-discuss-state-congress-debacle-at-the-hustings

Manoranjan Sial
  • Published: Monday, 27 May 2019
  • , Updated: 27 May 2019, 04:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ଏଭଳି ଶୋଚନୀୟ ପରାଜୟ ହେଲା କାହିଁକି? ଏହାର କାରଣ ଖୋଜିବା ପାଇଁ ଆସନ୍ତା ୩୦ ତାରିଖରେ ରାଜ୍ୟ କଂଗ୍ରେସର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ବସିବ। ଏଥିରେ ଯୋଗଦେବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି.ଏସ୍ ସିଂହଦେଓ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବରିଷ୍ଠ ନେତା। ପ୍ରଥମେ ରାଜ୍ୟର ସମସ୍ତ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ଆଲୋଚନା କରାଯିବ। ଅପରାହ୍ନରେ ବରିଷ୍ଠ ନେତାଙ୍କ ସହ ବିପର୍ଯ୍ୟୟ ସମ୍ପର୍କରେ ସମୀକ୍ଷା କରାଯିବ। ଏପରିକି କଂଗ୍ରେସକୁ ବିପର୍ଯ୍ୟୟରୁ ବାହାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେହିଦିନ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ବୋଲି ନିରଞ୍ଜନ କହିଛନ୍ତି।

ତାଙ୍କ ପୁଅ ପ୍ରାର୍ଥୀ ହେବାକୁ ନେଇ ନିରଞ୍ଜନ କହିଛନ୍ତି, “ମୋ ପୁଅ ଛିଡ଼ା ହୋଇଥିବା ନିର୍ବାଚନମଣ୍ଡଳୀକୁ ପ୍ରଚାର କରିବା ପାଇଁ ମୁଁ ଯାଇନି। ଜିଲ୍ଲା କଂଗ୍ରେସ ଓ ଏଆଇସିସି ନିଷ୍ପତ୍ତି ଅନୁସାରେ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା। କେବଳ ମୋ ମତରେ ତାଙ୍କୁ ପ୍ରାର୍ଥୀ କରାଯାଇନି।”

ଗତ ନିର୍ବାଚନରେ କଂଗ୍ରେସ ହାରିବା ନେଇ ସେ କହିଛନ୍ତି, “ସାରା ଦେଶରେ ଲୋକେ ଆମକୁ ଚାହିଁଲେ ନାହିଁ। ସମଗ୍ର ଦେଶରେ ନରେନ୍ଦ୍ର ମୋଦିଙ୍କ ହାୱା ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ହାୱା ପ୍ରବାହିତ ହେଲା। ଆମେ ସେହି ହାୱାକୁ ପ୍ରତିହତ କରିବାକୁ ସକ୍ଷମ ହେଲୁନାହିଁ। ଆମେ ଆମ ଦୁର୍ବଳତାକୁ ସ୍ୱୀକାର କରୁଛୁ।”

ସେ ଆହୁରି କହିଛନ୍ତି-“ଆମ ଦେଶରେ ବର୍ତ୍ତମାନ ନୀତି, ଆଦର୍ଶ ଓ ବିଚାରଧାରାର ରାଜନୀତି ଚାଲିନାହିଁ। ଏଠି କେବଳ ବ୍ୟବସାୟୀକରଣ ରାଜନୀତି ଚାଲିଛି। ବ୍ୟବସାୟୀକରଣ ରାଜନୀତି ଦ୍ୱାରା ଦେଶରେ କେବେ ହେଲେ ପ୍ରଗତି ହୋଇପାରିବ ନାହିଁ। କୌଣସି ଦଳର ନୀତି ଓ ଆଦର୍ଶ ଠିକ୍‌ ନାହିଁ। ସେଥିପାଇଁ ଆଜି ଯିଏ କଂଗ୍ରେସରୁ ଟିକେଟ ନେଉଛି, କାଲି ସେ ବିଜେଡି ବା ବିଜେପିରୁ ଟିକେଟ ନେଉଛି। ତେଣୁ କୁହନ୍ତୁ କିଏ ନୀତି, ଆଦର୍ଶ ଓ ବିଚାରଧାରାର ରାଜନୀତି କରୁଛି? ବର୍ତ୍ତମାନ ଯୁବପିଢ଼ିଙ୍କୁ ନୀତି, ଆଦର୍ଶ ଓ ବିଚାରଧାରାରେ ବିଶ୍ୱାସ ରଖାଇ ରାଜନୀତିକୁ ଅଣାଗଲେ ଦେଶର ପ୍ରଗତି ଏବଂ ଲୋକଙ୍କର ମଙ୍ଗଳ ହୋଇପାରିବ।”

Related story