ଏହି ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଶିମିଳିପାଳ ସମେତ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ରାଜ୍ୟର ସମସ୍ତ ବନ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଶୁଖିଲା ପାଗ ଯୋଗୁଁ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଭଳି ଘଟଣା ବଢ଼ିବାରେ ଲାଗିଛି । ଏଣୁ ଏହାକୁ ଲିଭାଇବା କାର୍ଯ୍ୟରେ କ୍ଷେତ୍ରୀୟ କର୍ମଚାରୀମାନେ ନିୟୋଜିତ ରହିଛନ୍ତି । ଦିନରାତି ଘଟଣା ଉପରେ ନଜର ରଖାଯାଇଛି । ଏହାସହ ସ୍ଥିତିର ମୁକାବିଲା କରିବା ଲାଗି ସମସ୍ତ କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ଛୁଟି […]

yiop-89

Tapas Behera
  • Published: Wednesday, 10 March 2021
  • , Updated: 10 March 2021, 05:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଶିମିଳିପାଳ ସମେତ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ରାଜ୍ୟର ସମସ୍ତ ବନ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଶୁଖିଲା ପାଗ ଯୋଗୁଁ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଭଳି ଘଟଣା ବଢ଼ିବାରେ ଲାଗିଛି । ଏଣୁ ଏହାକୁ ଲିଭାଇବା କାର୍ଯ୍ୟରେ କ୍ଷେତ୍ରୀୟ କର୍ମଚାରୀମାନେ ନିୟୋଜିତ ରହିଛନ୍ତି । ଦିନରାତି ଘଟଣା ଉପରେ ନଜର ରଖାଯାଇଛି । ଏହାସହ ସ୍ଥିତିର ମୁକାବିଲା କରିବା ଲାଗି ସମସ୍ତ କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅତି ଆବଶ୍ୟକସ୍ଥଳେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ କର୍ମଚାରୀ ଛୁଟିରେ ଯାଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବ୍ୟତିକ୍ରମରୁ ଗମ୍ଭୀରତାର ସହ ନିଆଯିବ ବୋଲି କୁହାଯାଇଛି ।

ସେପଟେ  ଜଙ୍ଗଲ ନିଆଁ  ସ୍ଥିତି ଅନୁଧ୍ୟାନ ପାଇଁ ଖୁବ୍‌ଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଓଡ଼ିଶା ବିଜେପି ସାଂସଦମାନେ ଭେଟିବା ପରେ ଜାଭଡେକରଙ୍କ ଟ୍ୱିଟ୍ କରିଛନ୍ତି । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାଯ୍ୟ କରିବ ଟିମ୍ । ରାଜ୍ୟ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ଭେଟି ଆଲୋଚନା କରିଛନ୍ତି । ଜଙ୍ଗଲ ନିଆଁ ପଛରେ ଷଡ଼ଯନ୍ତ୍ର ରହିଥିବା ସାଂସଦ ସୁରେଶ ପୂଜାରୀ କହିଛନ୍ତି । ଜଙ୍ଗଲ ନିଆଁ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ଆସିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିବା ସେ ସୂଚନା ଦେଇଛନ୍ତି । ଜଙ୍ଗଲ ତସ୍କରୀ, ହାତୀ ଶିକାର ପାଇଁ ନିଆଁ ଲଗାଯାଇ ଥାଇପାରେ  ବୋଲି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିବା କହିଛନ୍ତି ।

 

Related story