ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିବ ଘରୋଇ ସ୍କୁଲର ଦୌରାତ୍ମ୍ୟ। ଆର୍ଥିକ ଅନଗ୍ରସର ବର୍ଗ କୋଟାରେ ଆଡମିଶନ୍ ଲାଗି ଏଣିକି ଅଉ ସ୍କୁଲରେ ଆବେଦନ କରିବାକୁ ପଡିବନି । RTE PARADARSHI.ODISHA.GOV.IN ପୋର୍ଟାଲରେ ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାରେ ଛାତ୍ରଛାତ୍ରୀମାନେ ତାଲିକାରେ ଥିବା ସ୍କୁଲରେ ଆବେଦନ କରିବେ ।
ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡିକ ପୋର୍ଟାଲରେ ପଞ୍ଜିକରଣ କରିବେ। ଏହାପରେ ମାର୍ଚ୍ଚ ୧ରୁ ୧୫ ଯାଏ ଛାତ୍ରଛାତ୍ରୀମାନେ ଆବେଦନ କରିବେ ।
ପ୍ରଥମ ରାଉଣ୍ଡ ଆଡମିଶନ ଏପ୍ରିଲ ୩ରୁ ୧୨ ଯାଏ ଏବଂ ଦ୍ୱିତୀୟ ରାଉଣ୍ଡ ଆଡମିଶନ୍ ଏପ୍ରିଲ୍ ୨୭ରୁ ୩୦ ଯାଏ ହେବ । କେବଳ ପ୍ରଥମ ଶ୍ରେଣୀରୁ ଆଡମିଶନ ଲାଗି ୨୫ ପ୍ରତିଶତ EWS କୋଟାରେ ଆଡମିଶନ ପାଇଁ ଗାଇଡ ଲାଇନ୍ ରହିଛି । ମାତ୍ର ପୂର୍ବରୁ ସ୍କୁଲ ସ୍ତରରେ ଆଡମିଶନ ହେଉଥିବାରୁ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଥିଲା । ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ଗଣଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି।