ଆଲୁମିନିୟମ ପାର୍କ ପୁଣି ଚାଲୁ କରିବାକୁ ଦାବି

ଭୁବନେଶ୍ୱର: ଅନୁଗୁଳସ୍ଥିତ ଆଲୁମିନିୟମ ପାର୍କଠାରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଶିଳ୍ପ ଉନ୍ନୟନ ବିଭାଗ ଏବଂ ଅନ୍ତ ବାଣିଜ୍ୟ(ଡିପିଆଇଆଇଟି) ପକ୍ଷରୁ ସୂଚନା ଦିଆଯାଇଛି ଯେ, ସଂଶୋଧିତ ଭିତ୍ତିଭୂମି ଉନ୍ନୟନ ଯୋଜନା(ଏମଆଇଆଇୟୁଏସ) ଅଧୀନରେ ୨୦୧୫ ମସିହାରେ ଏହି ପ୍ରକଳ୍ପ ଲାଗି ମୋଟ […]

dharmendra-pradhan-1

Niharika Rout
  • Published: Wednesday, 04 December 2019
  • , Updated: 04 December 2019, 02:34 PM IST

ଭୁବନେଶ୍ୱର: ଅନୁଗୁଳସ୍ଥିତ ଆଲୁମିନିୟମ ପାର୍କଠାରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଶିଳ୍ପ ଉନ୍ନୟନ ବିଭାଗ ଏବଂ ଅନ୍ତ ବାଣିଜ୍ୟ(ଡିପିଆଇଆଇଟି) ପକ୍ଷରୁ ସୂଚନା ଦିଆଯାଇଛି ଯେ, ସଂଶୋଧିତ ଭିତ୍ତିଭୂମି ଉନ୍ନୟନ ଯୋଜନା(ଏମଆଇଆଇୟୁଏସ) ଅଧୀନରେ ୨୦୧୫ ମସିହାରେ ଏହି ପ୍ରକଳ୍ପ ଲାଗି ମୋଟ ୯୯.୬୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଆକଳନ କରାଯାଇଥିଲା ।

ଏଥିପାଇଁ ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା।  ମାତ୍ର ଏହି ପ୍ରକଳ୍ପ ବିଶେଷ ରୂପେ ଅଗ୍ରଗତି ହୋଇ ନ ପାରିବାରୁ ୨୦୧୮ ଜାନୁୟାରୀ ୧ ତାରିଖରେ ଅନୁଷ୍ଠିତ ସର୍ବୋଚ୍ଚ କମିଟି ବୈଠକରେ ଏହି ପ୍ରକଳ୍ପକୁ ବନ୍ଦ କରିବା ଲାଗି ନିଷ୍ପତି ନିଆଗଲା ।

କାର୍ଯ୍ୟକାରୀ ସଂସ୍ଥା ଏଏପିପିଏଲକୁ ଏ ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇ ଦେବା ପାଇଁ ନିଦ୍ଦେର୍ଶ ଦିଆଗଲା ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି। ସେ  ଆହୁରି ଉଲ୍ଲେଖ କରିଛନ୍ତି ଯେ, ଭାରତ ସରକାର ଓଡିଶାର ଖଣିଜ କ୍ଷେତ୍ରର ବିକାଶ ତଥା ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ତେଣୁ ଏହି ମାମଲାରେ ଆପଣଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବା ସହ ଆପଣଙ୍କ ମନ୍ତ୍ରାଳୟର ଅଧିକାରୀଙ୍କୁ ପ୍ରକଳ୍ପର ସମୀକ୍ଷା କରିବା ସହ ଅନୁଗୁଳ ଆଲୁମିନିୟମ ପାର୍କଠାରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରାଇବା ପାଇଁ ହସ୍ତକ୍ଷେପ ଲୋଡ଼ା।

ଏହାବ୍ୟତୀତ ଏମଆଇଆଇୟୁଏସ ଅଧୀନରେ ଓଡିଶାରେ ଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନଫେରାଇ ନେବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

Related story