ଲିବ୍ୟାରେ ଅପହୃତ ପ୍ରଭାସଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଛାଡ଼ି ଦେଇଛନ୍ତି ନା ଏବେ ବି ସେ ତାଙ୍କ କବଳରେ ଅଛନ୍ତି ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ତ୍ରିପୋଲି ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଡଟିଭିର ଦିଲ୍ଲୀ ପ୍ରତିନିଧିଙ୍କ ପାଖକୁ ଆସିଥିବା ଇମେଲରେ ଦୂତାବାସ ଅଧିକାରୀ ମହମ୍ମଦ ରସିଦ୍ ଖାନ ଲେଖିଛନ୍ତି, ଆମ ପାଖରେ ଥିବା ସୂଚନା ଅନୁଯାୟୀ, ମିଷ୍ଟର ସାମଲ ସର୍ତ୍ତମୂଳକ ଭାବେ ମୁକ୍ତି ପାଇଥିଲେ। ପରେ ଅନ୍ୟଜଣେ ଅପହୃତ ଆନ୍ଧ୍ରପ୍ରଦେଶର ରାମମୂର୍ତ୍ତି ନିରାପଦରେ ଥିବା ଅନ୍ୟ ଜଣଙ୍କ ମାଧ୍ୟମରେ ତାଙ୍କ ପରିବାରକୁ ଜଣାଇଥିବା ସୂଚନା ମିଳିଛି। ତେବେ ପରିବାରର ଯୋଗାଯୋଗ ନମ୍ୱର ନ ଥିବାରୁ ଏ ନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଅଧିକାରୀ ଜଣକ ଆହୁରି ମଧ୍ୟ ଲେଖିଛନ୍ତି, ଲିବ୍ୟାରେ ଗୃହଯୁଦ୍ଧ ଭଳି ସ୍ଥିତି ଲାଗି ରହିଥିବାରୁ ଏ ନେଇ ଆମ ପ୍ରଚେଷ୍ଟାରେ ଗୁରୁତର ବାଧା ଉପଜୁଛି। ସେହିପରି ସିର୍ତ୍ତେକୁ ଗତ ମାସେ ହେଲା ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ଆମେ ସୋର୍ସ ସହ ସମ୍ପର୍କ କରିପାରୁନାହୁଁ। ଏପଟେ ପରିବାର ଲୋକେ ବି ଆଶା ଆଶଙ୍କ।ରେ ରହିଛନ୍ତି । ରାଉରକେଲାରେ ରହୁଥିବା ପ୍ରଭାସଙ୍କ ଭାଉଜଙ୍କ କହିବା ଅନୁଯାୟୀ, ଗତ ୧୭ ତାରିଖରେ ପ୍ରଭାସ ତାଙ୍କୁ ଫେ।ନ୍ କରି ସେ ମୁକ୍ତ ହୋଇଥିବା ଜଣାଇଥିଲେ। ତେବେ ତା ପରଠାରୁ ତାଙ୍କ ସହ ଆଉ ଯୋଗଯୋଗ ହୋଇପାରିନି।